ରାଜଧାନୀରେ ଆରମ୍ଭ ହେବ କଣ୍ଟେନମେଣ୍ଟ ଜୋନ୍

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ କଣ୍ଟେନମେଣ୍ଟ ଜୋନ୍ । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳର ତାଲିକା ପ୍ରସ୍ତୁତ କରିଛି ବିଏମସି ।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ କଣ୍ଟେନମେଣ୍ଟ ଜୋନ୍ । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳର ତାଲିକା ପ୍ରସ୍ତୁତ କରିଛି ବିଏମସି । ଅଧିକ ସ୍କ୍ୱାଡ ଗଠନ ସହ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । ଏନେଇ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

Containment Zone

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦୪୪ ଜଣ ଆକ୍ରାନ୍ତ ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଇଛି । ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି । କିଛି ନିଷ୍ପତ୍ତି ହୋଇନି ତଥାପି କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+