ପିଲାଙ୍କ ଘରକୁ ଯିବ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର, ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍
ଆସନ୍ତା ଶିକ୍ଷାବର୍ଷ (୨୦୨୬- ୨୭) ପାଇଁ ପାଇଁ ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯିବ । ଏଥିସହ ପ୍ରବେଶ ଉତ୍ସବ କରାଯିବ । ୫ରୁ ୬ ମଧ୍ୟରେ ପିଲାଙ୍କୁ ଶିଶୁ ବାଟିକାରେ ନାମଲେଖା ହେବ । ଏଥିସହ ୬ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖା ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ନିମନ୍ତ୍ରଣ ପତ୍ର ପିଲାଙ୍କ ଘରକୁ ପଠାଯିବ । ଏହି ନିମନ୍ତ୍ରଣ ପତ୍ରକୁ ଶିକ୍ଷକମାନେ ବଣ୍ଟନ କରିବେ । ଏସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି, ଓଡ଼ିଶା ଶିକ୍ଷା ସର୍ବେକ୍ଷଣ(ଚାଇଲ୍ଡ ଟ୍ରାକିଂ ସର୍ଭେ-ସିଟିଏସ୍) ଦ୍ୱାରା ଗ୍ରହଣ କରାଯାଉଥିବା ତଥ୍ୟକୁ ଆଧାର କରି ନାମଲେଖା ହେବ । ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରି ସ୍କୁଲରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି । ଶିଶୁ ବାଟିକା, ପ୍ରଥମ ଶ୍ରେଣୀରେ ପିଲାମାନେ ଯେପରି ନାମ ଲେଖାଇବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ । ଆଡ଼ମ୍ବରର ସହ ପାଳନ ହେବ ଏହି ଉତ୍ସବ । ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ । ଏଥିସହ ପିଲାଙ୍କୁ କିଟ୍ ବଣ୍ଟନ ହେବ । ଏଥିସହ 'ଆସ ସ୍କୁଲ ଯିବା ଅଭିଯାନ'ରେ ବିଦ୍ୟାଳୟ ବାହାରେ ଥିବା ୫ ବର୍ଷରୁ ୧୮ବର୍ଷ ବୟସ ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଉଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୨୦୨୬ ସୁଦ୍ଧା ପ୍ରଥମ ଶ୍ରେଣୀରେ ନାମଲେଖାଇବାର ବ୍ୟବସ୍ଥା କରାଯାଉଛି।












Click it and Unblock the Notifications