ଆସନ୍ତାକାଲି ଟିକା ଦରକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ : ପ୍ରଣବ କହିଲେ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ
ଆସନ୍ତାକାଲି ଟିକା ଦରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସରକାରୀ, ବେସରକାରୀ ଡାକ୍ତରଖାନାରେ ଟିକା ଦର ନେଇ କାଲି ନିଷ୍ପତ୍ତି ନିଆଯିବ ।
ଭୁବନେଶ୍ୱର: ମେ' ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ । ଇତି ମଧ୍ୟରେ ଦେଶରେ ଟିକା ଯୋଗାଉଥିବା ୨ କମ୍ପାନୀ ଭ୍ୟାକ୍ସିନର ଦର ଘୋଷଣା କରିଛନ୍ତି । ତେବେ ଆସନ୍ତାକାଲି ଟିକା ଦରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସରକାରୀ, ବେସରକାରୀ ଡାକ୍ତରଖାନାରେ ଟିକା ଦର ନେଇ କାଲି ନିଷ୍ପତ୍ତି ନିଆଯିବ ।

ଟିକା ମାଗଣା ଦିଆଯିବ କି ନାହିଁ, ତାହା ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡର ଦର ଘୋଷଣା କରିଥିବା ବେଳେ କୋଭାକ୍ସିନର ଦର ଘୋଷଣା କରିଛି ଭାରତ ବାୟୋଟେକ୍ । କୋଭିସିଲ୍ଡ ଓ କୋଭାକ୍ସିନ୍ ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କାରି କିଣିବେ । ସେହିଭଳି ରାଜ୍ୟ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବ । ଘରୋଇ ହସ୍ପିଟାଲ୍ କୋଭିସିଲ୍ଡ ଡୋଜ୍ ପିଛା ୬୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୭୦୦ ଟଙ୍କାରେ କିଣିବାକୁ ପଡ଼ିବ ।
#Odisha Govt under the leadership of CM @Naveen_Odisha has set an example by ensuring seamless supply of medical oxygen to the states struggling with second wave of the pandemic. This quick response & efficient execution is saving many lives. #OdishaCareshttps://t.co/RJVnDYhoxk
— Pranab Prakash Das (@pranabpdas) April 25, 2021
ସେପେଟେ ଅକ୍ସିଜେନ ଯୋଗାଣ ନେଇ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ସଂକଟ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ତୁରନ୍ତ ପଦକ୍ଷେପ ଅନେକ ଜୀବନ ବଞ୍ଚାଇପାରିଛି ବୋଲି କହିଛନ୍ତି ପ୍ରଣବ । ସଂକଟ ବେଳେ ଓଡ଼ିଶା ଆଗକୁ ରାସ୍ତା ଦେଖାଇଛି ବୋଲି ପ୍ରଣବ କହିଛନ୍ତି ।












Click it and Unblock the Notifications