ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟକୁ ସିଲ୍ କଲା ବିଏମସି
କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି । ସଟଡାଉନରେ ମାର୍କେଟ୍ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି।
ଭୁବନେଶ୍ୱର: କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି । ସଟଡାଉନରେ ମାର୍କେଟ୍ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି।

ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ଦୁଇଥର ଚେତାବନୀ ଦେଇଥିଲା ବିଏମସି । ବିଏମସିର ଗାଇଡ଼ଲାଇନକୁ ନମାନି ସଟଡ଼ାଉନରେ ଦୋକାନ ବଜାର ଖୋଲି ବେପାର କରୁଥିଲେ ବ୍ୟବସାୟୀ । ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କରାଯାଇଛି ।
ବିଏମ୍ସିର ଅତିରିକ୍ତ କମିଶନର ଜେଡିସି ଅଂଶୁମାନ ରଥ କହିଛନ୍ତି, ଗତ ସପ୍ତାହରେ ମଧ୍ୟ ସଟଡାଉନ୍ ବେଳେ ଶନିବାର ଓ ରବିବାର ଦିନ ଏଠାରେ କିଛି ଦୋକାନ ଖୋଲା ହୋଇଥିଲା। ସେତେବେଳେ ବିଏମ୍ସି ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ଏବଂ ଏନେଇ ମାର୍କେଟ୍ ଆସୋସିଏସନ୍ ସହିତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଆଉ କେହି ସଟଡାଉନ୍ ରେ ଦୋକାନ ଖୋଲିବେ ନାହିଁ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ସକାଳେ ଆମେ ଖବର ପାଇଲୁ ଯେ ଏଠାରେ ତିନିଟି ଦୋକାନ ଖୋଲିଛି। ତେବେ ଏଠାରେ ପହଞ୍ଚି ଆମେ ଦେଖିଲୁ ଯେ କେବଳ ତିନିଟି ନୁହେଁ ଆହୁରି ଅନେକ ଦୋକାନ ଖୋଲା ରହିଥିଲା ଓ ବ୍ୟବସାୟ ଚାଲିଥିଲା। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମାଛ ମାର୍କେଟକୁ ସିଲ୍ କରି ଦିଆଯାଇଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications