ବିଜେପି ବିଧାୟକଙ୍କ 'ରଥ ନିର୍ମାଣ ଖର୍ଚ୍ଚ ଅଯଥା' ମନ୍ତବ୍ୟ: ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ

ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ବିବାଦୀୟ ବୟାନ । ନୀଳଗିରି ରଥଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥ ଖର୍ଚ୍ଚ ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଧାୟକ ।

ବାଲେଶ୍ୱର: ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ବିବାଦୀୟ ବୟାନ । ନୀଳଗିରି ରଥଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥ ଖର୍ଚ୍ଚ ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଧାୟକ । ତେବେ ତୁରନ୍ତ ରଥ ନିର୍ମାଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ସୁକାନ୍ତ ନାୟକ । ଗତବର୍ଷ ମଧ୍ୟ ରଥ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବିଧାୟକ ।

BJP MLA

ଚିଠିକୁ ନେଇ ପଣ୍ଡା, ମହାରଣାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମର ଦ୍ୱାହି ଦେଇ ରାଜନୀତି କରୁଥିବା ଦଳର ବିଧାୟକଙ୍କ ଏଭଳି ଚିନ୍ତାଧାରା ସାଧାରଣରେ ସମସ୍ତଙ୍କୁ ବ୍ୟାଥିତ କରିଛି । କରୋନାର ଭୟାବହତା ମଧ୍ୟରେ ମହାରଣା ସେବାୟତ ରଥ ନିର୍ମାଣ କାର୍ଯ୍ୟ କରୁଥିବା ସେମାନଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଚିଠି ମାଧ୍ୟମରେ ଏଭଳି ମନ୍ତବ୍ୟ ରଖିବା ସେମାନଙ୍କୁ ବ୍ୟଥିତ କରିଛି । ମହାମାରୀ ସମୟରେ ରଥ ନିର୍ମାଣ ବାବଦର ଖର୍ଚ୍ଚକୁ ଅଯଥା ବୋଲି କହିଛନ୍ତି ବିଜେପି ବିଧାୟକ ।

ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା କହିବା ଅତ୍ୟନ୍ତ ଅଶୋଭନୀୟ । ଜଣେ ଜନ ପ୍ରତିନିଧି ଏବଂ ହିନ୍ଦୁ ଭାବେ ଏଭଳି ଚିଠି ଲେଖିବା ଆଦୌ ସମୁଚୀନ ନୁହେଁ । ଏହା ଏକ ପ୍ରକାର ଗୁରୁତର ଅପରାଧ ଭାବେ ମନେ କରନ୍ତିୁ ଜଣେ ଭକ୍ତ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+