Get Updates
Get notified of breaking news, exclusive insights, and must-see stories!

ଆହୁରି ସହଜ ହେଲା ମହାପ୍ରଭୁଙ୍କ ଦର୍ଶନ, ବଡଦାଣ୍ଡରୁ ହଟିଲା ବ୍ୟାରିକେଟ ବ୍ୟବସ୍ଥା

ଆଜିଠୁ ଶ୍ରୀମନ୍ଦିର ଆଗର ଥିବା ବ୍ୟାରିକେଟ ବ୍ୟବସ୍ଥାକୁ ହଟାଇଛି ଜିଲ୍ଲା ପ୍ରଶାସନ । ପୂର୍ବ ପରି ଆଉ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।

ପୁରୀ: ଗୋଟିଏ ଦିନ ବିରତି ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ । ଶ୍ରୀମନ୍ଦିରରେ ଆଜି ସର୍ବସାଧାରଣଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ତେବେ ଆଜିଠୁ ଶ୍ରୀମନ୍ଦିର ଆଗର ଥିବା ବ୍ୟାରିକେଟ ବ୍ୟବସ୍ଥାକୁ ହଟାଇଛି ଜିଲ୍ଲା ପ୍ରଶାସନ । ପୂର୍ବ ପରି ଆଉ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।

Puri

ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ୍ ହଟା ଯାଉଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି କନଓ୍ବର ବିଶାଲ ସିଂହ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ଲମ୍ବା ବ୍ୟାରିକେଡ୍ ଖୋଲାଯାଇଛି । ଦର୍ଶନ ବେଳେ ଏହି ବାରିକେଡ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଥିବା ପ୍ରଶାସନ ନଜରକୁ ଆସିଥିଲା । ଅନ୍ୟପଟେ ଗତକାଲି ରବିବାରରେ ମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଇଛି। ଗତ ୨୧ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକତା ନଥିବାରୁ ଅଧିକ ସଂଖ୍ୟକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+