ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ!, ନେଇପାରେ ବାତ୍ୟାର ରୂପ

ଏବେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ବାତ୍ୟାର ଭୟ । ଗୁଜୁରାଟରେ ବାତ୍ୟା 'ତଉକତେ' ତାଣ୍ଡବ ରଚିବା ପରେ ଏବେ ଓଡିଶା ମୁହାଁ ହେଲାଣି ଆଉ ଏକ ବାତ୍ୟା । ପୂର୍ବରୁ ଆରବ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ତଉକତେର ରୂପ ନେଇଥିଲା। ତେଣୁ ଏହା ଗୁଜରାଟ ଆଡ଼େ ମୁହାଁଇଥିଲା। ଏବେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

Odisha Cyclone Update

ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ୨୨ରୁ ୨୮ତାରିଖ ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ୨୩ ତାରିଖ ଆଡ଼କୁ ସ୍ପଷ୍ଟ ହେବ ବାତ୍ୟାର ରୂପରେଖ ।

ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ । ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇନି ପାଣିପାଗ ବିଭାଗ । ସ୍ଥିତି ଉପରେ ନଜର ରଖାଯାଇଛି । ବାତ୍ୟାର ସ୍ଥିତି, ଗତି ଓ ଲ୍ୟାଣ୍ଡଫଲ ନେଇ ଏଯାଏ ଆକଳନ ହୋଇନି । ପ୍ରତିବର୍ଷ ମେ ମାସରେ ବାତ୍ୟା ହୋଇଥାଏ । ଲଘୁଚାପ ସୃଷ୍ଟି ହେଲେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ସୂଚନାଥାଉ କି, ସାମୁଦ୍ରିକ ଝଡ଼ ତଉକତେ ଗୁଜରାଟ ଠାରୁ ଆରମ୍ଭ କରି ମୁମ୍ବାଇ ଯାଏ ତାଣ୍ଡବ ରଚିଥିବା ବେଳେ ଏଥିରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପାଣିପାଗ ବିଭାଗର ଆକଳନ ସଠିକ୍‌ ହେବାରୁ ସଂପୃକ୍ତ ରାଜ୍ୟର ସରକାରମାନେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସକ୍ଷମ ହୋଇଥିଲେ। ତେବେ ବାତ୍ୟା ତଉକତେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+