ମହାପ୍ରଭୁଙ୍କ ସୁନାବେଶ ଦର୍ଶନରେ ଉଦ୍ଧାର ହୁଅନ୍ତି ପିତୃପୁରୁଷ

ଆହାକି ସୁନ୍ଦର ମୋ କାଳିଆ ସୁନା । କାଳିଆ ସୁନାର ଶତ ଶତ ରୂପ ବେଶ ମଧ୍ୟରୁ ଏ ସୁନାବେଶ ସ୍ବତନ୍ତ୍ର । ରଥାରୂଢ ମହାପ୍ରଭୁଙ୍କ ସୁନାବେଶ ରୂପ ଦର୍ଶନ କଲେ କୋଟି, ପାପ ତାପ ନାଶନ ସହ ପିତୃ, ପିତାମହ ମଧ୍ୟ ଏହି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।

sunabesh

କାଳିଆର କେତେ ଅବତାର ପୁଣି କେତେ ବେଶ । ମନ୍ତ୍ର ମୁଗ୍ଧକର, ଚିତ୍ତାକର୍ଷକ ରୂପ ଦେଖି ଭକ୍ତ ମୁଖରୁ ସ୍ବତଃ ନିସୃତ ହୋଇଯାଏ ଆହାକି ସୁନ୍ଦର ମୋ କାଳିଆ ସୁନା । କାଳିଆ ସୁନାର ଶତ ଶତ ରୂପ ବେଶ ମଧ୍ୟରୁ ଏ ସୁନାବେଶ ସ୍ବତନ୍ତ୍ର । ଭରି ରହିଛି ରହସ୍ୟ, ଦେଖିଲେ ପୁରି ଯାଏ ନୟନ । ରଥରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରେ କୋଟି, ପାପ ତାପ ନାଶନ ସହ ପିତୃ, ପିତାମହ ମଧ୍ୟ ଏହି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।

ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହ ଦ୍ବାରରେ ଥିବା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ମହଣ ମହଣ ସୁନାରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରୀଜିଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଇତିହାସ କହେ ଯେ, ଗଜପତି କପିଳେନ୍ଦ୍ର ଦେବ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଜୟ କରି ୧୬ଟି ହାତୀ ପିଠିରେ ଯେଉଁସବୁ ସୁନା ଆଣିଥିଲେ ସେସବୁକୁ ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ । ସେତେବେଳେ ତଢାଉ ଦେଉଳିକରଣ ମହାପ୍ରଭୁଙ୍କ ସୁନାର ଶ୍ରୀହସ୍ତ, ଶ୍ରୀପଦ, ଶ୍ରୀଭୁଜ, ଶ୍ରୀପୟର ଅଳଙ୍କାର ଏବଂ କିରୀଟି ପ୍ରସ୍ତୁତ କରିଥିଲେ । ତେଣୁ ଏହି ବେଶକୁ ତଢାଉ ବେଶ ବୋଲି ମଧ୍ୟ କୁହାଯାଏ । ସେବେଠାରୁ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+