ରାଜଧାନୀରେ ଶ୍ରାଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ମନା, ବିଏମସିରି କଠୋର ନିଷ୍ପତି

ରାଜଧାନୀରେ ଭକ୍ତଙ୍କୁ ଧର୍ମାନୁଷ୍ଠାନ ମନା । ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍‌।

ଭୁବନେଶ୍ୱର: ରାଜଧାନୀରେ ଭକ୍ତଙ୍କୁ ଧର୍ମାନୁଷ୍ଠାନ ମନା । ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍‌। ଆସନ୍ତାକାଲିଠାରୁ କୌଣସି ବ୍ୟକ୍ତି ଧାର୍ମାନୁଷ୍ଠାନ ପ୍ରବେଶ କରିପାରିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନେଇଛି ଏହି କଠୋର ନିଷ୍ପତି ।

BMC

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଛି। ଏହାକୁ ଦୃଷ୍ଟି ରଖି ଓ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଦେଇଥିବା କ୍ଷମତାର ଉପଯୋଗ କରି ଆମେ ବିଏମ୍‌ସି ଅଞ୍ଚଳରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ।

ଶ୍ରୀ ଚୌଧୁରୀ କହିଛନ୍ତି, ବର୍ତ୍ତମାନ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦି ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ତେବେ ସବୁ ଧର୍ମାନୁଷ୍ଠାନରେ ଦୈନନ୍ଦିନ ନୀତିକାନ୍ତି ସଂପନ୍ନ କରିବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ସ୍ଥିତିକୁ ଦେଖି ପୁଣି ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି, ଜିଲ୍ଲାର ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନରେ ବିନା ଭକ୍ତର ହେବ ନୀତିକାନ୍ତି। ଏବେ ସପ୍ତାହନ୍ତ ସଟଡାଉନ ହୋଇଛି, ଆଗାକୁ ଆବଶ୍ୟକ ପଡ଼ିଲେ ପଦକ୍ଷେପ ଆହୁରି କଡା କରାଯିବ। ଆମେ ଜିଲ୍ଲାର ସବୁ ବ୍ଲକରେ TMC ଖୋଲି ସାରିଲୁଣି। କୁମ୍ଭମେଳାରୁ ଫେରିଥିବା 9 ଜଣ ଟ୍ରାକ ହୋଇ ଆଇସୋଲେସନରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+