ଏପ୍ରିଲ ୧୨ ତାରିଖରେ କେତେ ରହିଛି ସୁନା ଦର
Gold Rate Today 12 April: ଆଜି ହନୁମାନ ଜୟନ୍ତୀ ଅବସରରେ ସୁନା ମୂଲ୍ୟ ବୃଦ୍ଧି ପାଇଛି । ଶନିବାର ୧୨ ଏପ୍ରିଲ ୨୦୨୫ ରେ ସାରା ଦେଶରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ସିଧାସଳଖ ୨୦୦୦ ଟଙ୍କା ବୃଦ୍ଧି ପାଇଛି ବର୍ତ୍ତମାନ ସୁନା ଦର ୯୫,୫୦୦ ଟଙ୍କା ଅତିକ୍ରମ କରିଛି। ଖୁବ୍ ଶୀଘ୍ର ସୁନା ଦର ୧ ଲକ୍ଷ ଟଙ୍କା ଛୁଇଁବାର ସମ୍ଭାବନା ରହିଛି ।
ଆଜି ରୂପା ଦର ୯୭,୨୦୦ ଟଙ୍କାରେ ପହଞ୍ଚିଛି, ଯେଉଁଥିରେ ଗତକାଲି ତୁଳନାରେ ଆଜି ୧୦୦ ଟଙ୍କା ବୃଦ୍ଧି ପାଇଛି । ଯଦି ଆମେ ବଡ଼ ସହର ବିଷୟରେ କଥା ହେବା, ତେବେ ଆଜି ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ, ଜୟପୁର ଏବଂ ଗାଜିଆବାଦ ଭଳି ସହରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୫,୫୬୦ ଟଙ୍କା ରହିଛି ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୮୭,୬୧୦ ଟଙ୍କାରେ ପହଞ୍ଚିଛି ।

ସେହି ସମୟରେ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଭଳି ସହରରେ ସୁନା ଦର ସାମାନ୍ୟ କମ ରହିଛି । ଆଜି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୮୭,୬୧୦ ଟଙ୍କା ରହିଛି ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୯୫,୫୬୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୮୭,୪୬୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୯୫,୪୧୦ ଟଙ୍କା ରହିଛି ।
ସେହିପରି ବେଙ୍ଗାଲୁରୁରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୭,୪୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୯୫,୪୧୦ ଟଙ୍କା ରହିଛି । କୋଲକତାରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୫,୬୧୦ ଟଙ୍କା ରହିଛି ଏବଂ ୨୪ କ୍ୟାକେଟ୍ ସୁନା ଦର ୧୦ ଗ୍ରାମକୁ ୯୫,୪୧୦ ଟଙ୍କା ରହିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications