ଜାଣନ୍ତୁ 'ୱାନ୍ ନେସନ ୱାନ୍ ଇଲେକ୍ସନ'ର ଲାଭ ଓ କ୍ଷତି
One Nation One Election: 'ୱାନ୍ ନେସନ୍ ୱାନ୍ ଇଲେକ୍ସନ'ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବର୍ତ୍ତମାନ ଏହା ସାଂସଦରେ ଉପସ୍ଥାପିତ ହେବାକୁ ଯାଉଛି । ଏହାପୂର୍ବରୁ ଏକ ଦେଶ, ଏକ ନିର୍ବାଚନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିସାରିଥିଲା । ଗୋଟିଏ ରାଷ୍ଟ୍ର- ଗୋଟିଏ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨, ୨୦୨୩ ରେ ଏକ କମିଟି ଗଠନ କରାଯାଇଥିଲା। ଆସନ୍ତା ସପ୍ତାହରେ ଶୀତକାଳିନ ଅଧିବେଶନରେ ଏହି ବିଲ୍ ପାରିତ ହୋଇପାରେ ।
One Nation One Election ଲାଗୁ ହେଲେ ଲୋକସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା, ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ଭିନ୍ନ ଭିନ୍ନ ନିର୍ବାଚନ ପାଇଁ ପୃଥକ ଖର୍ଚ୍ଚ ହେବ ନାହିଁ। ସେହିପରି ଏହା ଦେଶର ଗଣତନ୍ତ୍ରକୁ ଆହୁରି ମଜବୁତ କରିବ ଏବଂ ବିକଶିତ ଭରତର ସ୍ୱପ୍ନ ସାକାର ହେବ ।

ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମକୁ ଆଚରଣ ସଂହିତା କୁହାଯାଏ। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରକାରୀ କର୍ମଚାରୀ ମାନେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତି ହୋଇ ଯାଆନ୍ତି ଫଳରେ ତାଙ୍କ ସାଧାରଣ କାର୍ଯ୍ୟ ଠପ୍ ହୋଇଯାଏ । ତେଣୁ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଦେଶରେ ଅନେକ ସରକାରୀ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ ଯଦି ୱାନ୍ ନେସନ୍ ୱାନ୍ ଇଲେକ୍ସନ ଲାଗୁ ହୁଏ ତେବେ ବାରମ୍ବାର ଆଚରଣ ସଂହିତା ଲାଗୁ ହେବ ନାହିଁ।
ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଦେଶରେ ସୁରକ୍ଷା ବାହିନୀ ଉପରେ ଅଧିକ କାମ ପ୍ରେସର ପଡିଥାଏ । ସ୍ଥାନୀୟ ପୋଲିସ ସହିତ ନିର୍ବାଚନ ସମୟରେ ସୁରକ୍ଷା ବାହିନୀକୁ ସୁରକ୍ଷା ଦାୟିତ୍ୱର କାର୍ଯ୍ୟା ଦିଆଯାଇଥାଏ । One Nation One Election ଲାଗୁ ହେବା ଦ୍ୱାରା ସୁରକ୍ଷା ବାହିନୀର କାର୍ଯ୍ୟ ଭାର ହ୍ରାସ ପାଇବ।
ଗୋଟିଏ ରାଷ୍ଟ୍ର- ଗୋଟିଏ ଇଲେକ୍ସନକୁ ସମସ୍ତ ରାଜନୈତୀକ ଦଳର ରାୟ ମେଳ ଖାଉ ନାହିଁ ବା ସମସ୍ତଙ୍କ ମତ ଭିନ୍ନ ଭିନ୍ନ ରହିଛି । କିଛି ଆଞ୍ଚଳିକ ଦଳଙ୍କୁ ଲାଗୁଛି ଏହା ଲାଗୁ ହେବା ପରେ ଏହାର ଫାଏଦା କେବଳ ରାଷ୍ଟ୍ରୀୟ ଦଳକୁ ମିଳିବ ।
ଯଦି ଦେଶରେ କୌଣସି ଦଳର ଚାହିଦା ବା ଲୋକପ୍ରିୟତା ସେହି ସମରେ ଅଧିକ ଥାଏ ତେବେ ଏକକାଳୀନ ନିର୍ବାଚନ ହେଲେ ଏହା ନିର୍ବାଚନର ଫଳାଫଳୁ ପ୍ରଭାବିତ କରିପାରେ ।
One Nation One Election ଲାଗୁ ହେବା ପରେ ଇଭିଏମ୍ କ୍ରୟ ପାଇଁ ପ୍ରତି ୧୫ ବର୍ଷରେ ବାରମ୍ବାର ପ୍ରାୟ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିର୍ବାଚନ ଆୟୋଗ ଆକଳନ କରିଛନ୍ତି। ଯାହା ବର୍ତ୍ତମାନ କିସ୍ତିରେ ଖର୍ଚ୍ଚ ହୋଇଛି, ଯେଉଁ କାରଣରୁ ଏକଲକ୍ଷ ଟଙ୍କା ଖର୍ଚ୍ଚ ହେଉ ନାହିଁ ।












Click it and Unblock the Notifications