ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା 'ତଉକ୍‌ତେ' !, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ରଚିବ ତାଣ୍ଡବ ?

ଚଳିତ ସପ୍ତାହରେ ଆରବ ସାଗରରେ ଏ ବର୍ଷର ପ୍ରଥମ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । 14 ମେ ସକାଳେ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ଅଛି ।

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆରବ ସାଗରରେ ଏ ବର୍ଷର ପ୍ରଥମ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । 14 ମେ ସକାଳେ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ହୁଏତ ମେ -16 ରେ ପୂର୍ବ-ମଧ୍ୟ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟର ରୂପ ନେଇ ଝଡ଼ରେ ପରିଣତ ହେବ । ପରେ ଏହା କ୍ରମଶ ତୀବ୍ର ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତ କରିପାରେ ।

first cyclone 2021

ଏହା ଫଳରେ 14 ରୁ 16 ମେ ମଧ୍ୟରେ କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ମହାରାଷ୍ଟ୍ର ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହଯାଉଛି । ଏହି ସାଇକ୍ଲୋନ୍ ଚଳିତ ବର୍ଷର ପ୍ରଥମ ସାଇକ୍ଲୋନନ୍ ହେବ । ଏହାର ନାମ ତଉକ୍‌ତେ ରଖିଛି ଭାରତୀୟ ପାଣିପାଗ ବିଭାଗ । ଏହା ଉତ୍ତର ଗୁଜୁରାଟ କିମ୍ବା କୁଚ ଅଞ୍ଚଳ ଦେଇ 20 ମେ ଗତିକରି ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଲାକ୍ଷାଦ୍ୱୀପରରେ ୧୫ ଓ ୧୬ ତାରିଖରେ ସମୁଦ୍ର ଜୁଆର ପ୍ରାୟ ୧ ମିଟର ଉଚ୍ଚକୁ ଉଠିବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଗଭୀର ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।

ଲାକ୍ଷାଦ୍ୱୀପ ବ୍ୟତୀତ କେରଳର ଥିରୁବନନ୍ତପୁରମ ଓ କୋଲ୍ଲାମ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ମେ' ୧୪ରେ ଏହି ଦୁଇ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମେ' ୧୫ରେ ଥରୁବନନ୍ତପୁରମ, କୋଲ୍ଲାମ, ପଥନାମଥିଟ୍ଟା ଓ ଅଲପୁଜା ପାଇଁ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହାବାଦ ଗୋଆ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+