Get Updates
Get notified of breaking news, exclusive insights, and must-see stories!

ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ

ଜାତୀୟ ରାଜପଥରେ ଓଭରଲୋଡେଡ୍ ବା କ୍ଷମତାଠାରୁ ଅଧିକ ମାଲ୍ ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଉପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଓଭରଲୋଡେଡ୍ ଟ୍ରକ୍ ଗୁଡ଼ିକୁ ସାଧାରଣ ଟୋଲ୍ ଫି' ତୁଳନାରେ ୪ ଗୁଣା ପର୍ଯ୍ୟନ୍ତ ଅଧିକ ଟିକସ ଦେବାକୁ ପଡ଼ିବ। ସଡ଼କ ସୁରକ୍ଷାକୁ ବଜାୟ ରଖିବା ଏବଂ ରାଜପଥର ସ୍ଥିତି ସୁଧାରିବା ଲକ୍ଷ୍ୟରେ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।

overloaded vehicles

ନୂଆ ନିୟମର ମୁଖ୍ୟ ଦିଗ:

ପୂର୍ବରୁ ଓଭରଲୋଡେଡ୍ ଗାଡ଼ିଗୁଡ଼ିକ ପାଇଁ କେବଳ ନିର୍ଦ୍ଦିଷ୍ଟ ଜୋରିମାନା ବ୍ୟବସ୍ଥା ଥିବାବେଳେ, ଏବେ ଏହାକୁ ଟୋଲ୍ ପ୍ଲାଜା ସହିତ ସିଧାସଳଖ ଯୋଡ଼ାଯାଇଛି। ଯଦି କୌଣସି ଗାଡ଼ି ନିଜର ନିର୍ଦ୍ଧାରିତ ଓଜନ ସୀମା ଅତିକ୍ରମ କରେ, ତେବେ ଟୋଲ୍ ଗେଟ୍ରେ ଥିବା ସେନସର ଏହାକୁ ଚିହ୍ନଟ କରିବ ଏବଂ ସ୍ୱୟଂଚାଳିତ ଭାବେ ଚାରି ଗୁଣା ପର୍ଯ୍ୟନ୍ତ ଫି' କାଟିନିଆଯିବ।

ଜାତୀୟ ରାଜପଥ ଶୁଳ୍କ (ରେଟ ଏବଂ ସଂଗ୍ରହ ନିର୍ଣ୍ଣୟ) ଚତୁର୍ଥ ସଂଶୋଧନ ନିୟମ, ୨୦୨୬କୁ ଏପ୍ରିଲ ୧୫ ତାରିଖ ଠାରୁ କାର୍ଯ୍ୟକାରୀ କରାଯିବ। ଫଳରେ ଅନୁମତି ଠାରୁ ଅଧିକ ଓଜନ ନେଇ ଯାଉଥିବା ଯାନଗୁଡ଼ିକ ଠାରୁ ଶୁଳ୍କ ଆଦାୟ ପାଇଁ ଏକ ସଂଶୋଧିତ ଢାଞ୍ଚା ଆରମ୍ଭ ହେବ।

ସଂଶୋଧିତ ନିୟମ ୧୦ ଅନୁଯାୟୀ, ଅତ୍ୟଧିକ ଓଜନ (Excess Load) ବହନ କରୁଥିବା ଗାଡ଼ିଗୁଡ଼ିକଠାରୁ ସେମାନଙ୍କ ଓଭରଲୋଡିଂର ମାତ୍ରା ଆଧାରରେ ଶୁଳ୍କ ଆଦାୟ କରାଯିବ। ଯଦିଓ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଓଜନ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ, କିନ୍ତୁ ୧୦ ରୁ ୪୦ ପ୍ରତିଶତ ମଧ୍ୟରେ ଓଭରଲୋଡ୍ ଥିବା ଗାଡ଼ିଗୁଡ଼ିକୁ ମୂଳ ଦରର ଦୁଇଗୁଣା ଶୁଳ୍କ ଦେବାକୁ ପଡ଼ିବ। ସେହିଭଳି, ୪୦ ପ୍ରତିଶତରୁ ଅଧିକ ଓଜନ ବହନ କରୁଥିବା ଗାଡ଼ିଗୁଡ଼ିକ ଉପରେ ମୂଳ ଦରର ଚାରିଗୁଣା ଶୁଳ୍କ ଲାଗୁ କରାଯିବ।

ଏ ନେଇ ମନ୍ତ୍ରଣାଳୟ କହିଛି ଯେ, ନିର୍ଦ୍ଧାରିତ ଗ୍ରସ୍ ଭେହିକିଲ୍ ୱେଟ୍ (GVW) ବା ଗାଡ଼ିର ସର୍ବାଧିକ ଓଜନ ନିୟମକୁ ପାଳନ କରିବା ପାଇଁ ପ୍ରୋତ୍ସାହିତ କରିବା, ରାଜପଥର ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଏବଂ ସାମଗ୍ରିକ ସଡ଼କ ସୁରକ୍ଷାକୁ ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

ସଠିକତା ଯାଞ୍ଚ କରିବା ପାଇଁ, ଟୋଲ୍ ପ୍ଲାଜାରେ ଲାଗିଥିବା ପ୍ରମାଣିତ ଓଜନ ଯନ୍ତ୍ର (Certified weighment devices) ସାହାଯ୍ୟରେ ଓଭରଲୋଡିଂ ନିର୍ଦ୍ଧାରଣ କରାଯିବ। ତେବେ, ଯେଉଁ ସ୍ଥାନଗୁଡ଼ିକରେ ଏଭଳି ସୁବିଧା ଉପଲବ୍ଧ ନାହିଁ, ସେଠାରେ କୌଣସି ଓଭରଲୋଡ୍ ଶୁଳ୍କ ଆଦାୟ କରାଯିବ ନାହିଁ। ଏହା ବ୍ୟତୀତ, ବୈଧ ଫାସଟ୍ୟାଗ୍ (FASTag) ନଥାଇ ଜାତୀୟ ରାଜପଥରେ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକ ଉପରେ ପୂର୍ବରୁ ଥିବା ନିୟମ ଅନୁଯାୟୀ ଜରିମାନା ଆଦାୟ ହେବା ଜାରି ରହିବ। ଏହି ସଂଶୋଧନରେ ବିଭିନ୍ନ ଶ୍ରେଣୀର ଗାଡ଼ି ପାଇଁ ଶୁଳ୍କ ଗଣନାକୁ ସ୍ପଷ୍ଟ କରିବାକୁ ଏକ ଦୃଷ୍ଟାନ୍ତମୂଳକ ଢାଞ୍ଚା ସାମିଲ କରାଯାଇଛି। ଯେଉଁଥିରେ ସ୍ୱଚ୍ଛତା ଆସିପାରିବ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ସଂଶୋଧିତ ନିୟମ ଦ୍ୱାରା ଓଭରଲୋଡେଡ୍ ଗାଡ଼ି ଯୋଗୁ ହେଉଥିବା କ୍ଷୟକ୍ଷତି ହ୍ରାସ ପାଇବ, ନିୟମର ଅନୁପାଳନରେ ସୁଧାର ଆସିବ ଏବଂ ଜାତୀୟ ରାଜପଥରେ ସାମଗ୍ରୀ ପରିବହନ ଅଧିକ ସୁରକ୍ଷିତ ଓ ଦକ୍ଷତାର ସହ ହୋଇପାରିବ ବୋଲି ଆଶା କରାଯାଉଛି।"

ଆବଶ୍ୟକତା ଠାରୁ ଅତ୍ୟଧିକ ଓଜନ ନେଇଯାଉଥିବା ଟ୍ରକ୍ଗୁଡ଼ିକ ଦ୍ୱାରା ରାସ୍ତା ଖରାପ ହେବା ସହ ଦୁର୍ଘଟଣା ସଂଖ୍ୟା ଅଧିକ ଅଭିଯୋଗ ହେଉଛି। ଏହି ସମସ୍ୟାକୁ ରୋକିବା ପାଇଁ ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏହି କଠୋର ନିୟମ ଲାଗୁ କରିବାକୁ ଯାଉଛି। ଏହାଦ୍ୱାରା ପରିବହନ କ୍ଷେତ୍ରରେ ସ୍ୱଚ୍ଛତା ଆସିବା ସହ ବେଆଇନ ମାଲ୍ ପରିବହନ ଉପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+