କର୍ଣ୍ଣାଟକ ନିର୍ବାଚନ ମଧ୍ୟରେ ଚର୍ଚ୍ଚାରେ ବୋନି କପୁର, କାରରୁ ମିଲିଲା 39 ଲକ୍ଷ ଟଙ୍କା ମୂଲ୍ୟର ରୂପା ବାସନ
ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନ ପାଇଁ ସାରା ରାଜ୍ୟରେ ରଜନୈତିକ ମାହୋଲ ସରଗରମ୍ ଥିବାବେଳେ ଖବରର ଶିରୋନାମା ପାଲଟିଛନ୍ତି ଚଲଚ୍ଚିତ୍ର ବୋନି କପୁର । ବିଏମଡବ୍ଲୁ କାରରୁ ଫିଲ୍ମ ନିର୍ମାତା ବୋନି କପୁରଙ୍କ ରୂପା ବାସନ ଜବତ କରାଯାଇଛି । ଖବର ଅନୁଯାୟୀ, କର୍ଣ୍ଣାଟକର ଡାଭେଙ୍ଗେରେ ରେ ଏକ ବିଏମଡବ୍ଲୁ କାରରୁ ବାକ୍ସରେ ପ୍ୟାକ୍ ହୋଇଥିବା ରୂପା ସାମଗ୍ରୀ ଜବତ କରାଯାଇଛି ।
କୁହାଯାଉଛି ଯେ ପ୍ରାୟ 39 ଲକ୍ଷ ଟଙ୍କା ମୂଲ୍ୟର ଏହି ବାସନଗୁଡ଼ିକ ବୋନି କପୁରଙ୍କର । ରିପୋର୍ଟ ଅନୁଯାୟୀ, ଜବତ ହୋଇଥିବା ରୂପା ଜିନିଷର କୌଣସି କାଗଜପତ୍ର ମିଳିନାହିଁ । ଏହି ରୂପା ବାସନକୁ ଚେନ୍ନାଇରୁ ମୁମ୍ବାଇକୁ ନିଆଯାଉଥିଲା ।

ଖବର ଅନୁଯାୟୀ, କୌଣସି କାଗଜପତ୍ର ବିନା ପାଞ୍ଚଟି ବାକ୍ସରେ ବିଏମଡବ୍ଲୁ କାରରେ ଚେନ୍ନାଇରୁ ମୁମ୍ବାଇକୁ ରୂପା ସାମଗ୍ରୀ ପରିବହନ କରାଯାଉଥିଲା । କର୍ଣ୍ଣାଟକ ନିର୍ବାଚନର କିଛି ସପ୍ତାହ ପୂର୍ବରୁ, ଡାଭେଙ୍ଗେରେ ଏହି ରୂପା ସାମଗ୍ରୀ ଜବତ କରାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ କର୍ଣ୍ଣାଟକର ଡାଭେଙ୍ଗେର ଉପକଣ୍ଠରେ ଥିବା ହେବବାଲୁ ଟୋଲ ନିକଟରେ ଚେକ୍ ପୋଷ୍ଟରେ ଯାଞ୍ଚ ବେଳେ ନିର୍ବାଚନ ଆୟୋଗ (ECI) 66 କିଲୋଗ୍ରାମ ରୂପା ସାମଗ୍ରୀ ଜବତ କରିଛି । ପରେ ଏହି ମାମଲାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ନାମ ପଦାକୁ ଆସିଥିଲା ।
ନିର୍ବାଚନ ଆୟୋଗର ଅଧିକାରୀମାନେ ରୂପା ପାତ୍ର, ଚାମଚ, ମଗ ଏବଂ ଥାଳି ଜବତ କରିଛନ୍ତି । ଡାଭେଙ୍ଗେରେ ଗ୍ରାମୀଣ ପୋଲିସ ଷ୍ଟେସନରେ ଡ୍ରାଇଭର ସୁଲତାନ ଖାନଙ୍କ ସହ କାରରେ ଯାତ୍ରା କରୁଥିବା ହରି ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
ପୋଲିସର ତଦନ୍ତ ବେଳେ ଜଣାପଡିଥିଲା ଯେ ଜବତ ବାସନ ନିଆଯାଉଥିବା କାର ବୋନି କପୁରଙ୍କ ମାଲିକାନାରେ ଥିବା ବାଇଭ୍ୟୁ ପ୍ରୋଜେକ୍ଟସ ଲିମିଟେଡରେ ପଞ୍ଜୀକୃତ ହୋଇଥିଲା । କାରରେ ଉପସ୍ଥିତ ଥିବା ବ୍ୟକ୍ତି ବାସନ ଗୁଡ଼ିକ ବୋନିଙ୍କ ପରିବାରର ବୋଲି କହିଛନ୍ତି ।
ଯାଞ୍ଚ ବେଳେ ହରି ସିଂହ ସ୍ୱୀକାର କରିଛନ୍ତି ଯେ ରୂପା ସାମଗ୍ରୀ ବଲିଉଡ ନିର୍ମାତା ବୋନି କପୁରଙ୍କ ପରିବାରର ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications