Tauktae : ସମୁଦ୍ରରେ ଫସିଲା ଭାରତୀୟ ଜାହାଜ, 146 ଲୋକଙ୍କୁ ଉଦ୍ଧାର କଲା ନୌସେନା
ମହାରାଷ୍ଟ୍ର ଉପକୂଳ ନିକଟରେ ସାଇକ୍ଲୋନିକ୍ ଝଡ଼ରେ ଫସି ରହିଥିବା ଏକ ଭାରତୀୟ ଜାହାଜ P-305 ସମୁଦ୍ରରେ ବୁଡ଼ି ଯାଇଛି । ମୁମ୍ବାଇଠାରୁ 175 କିଲୋମିଟର ଦୂରରେ ଥିବା ହୀରା ଅଏଲ୍ ଫିଲ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମୁମ୍ବାଇ : ମହାରାଷ୍ଟ୍ର ଉପକୂଳ ନିକଟରେ ସାଇକ୍ଲୋନିକ୍ ଝଡ଼ରେ ଫସି ରହିଥିବା ଏକ ଭାରତୀୟ ଜାହାଜ P-305 ସମୁଦ୍ରରେ ବୁଡ଼ି ଯାଇଛି । ମୁମ୍ବାଇଠାରୁ 175 କିଲୋମିଟର ଦୂରରେ ଥିବା ହୀରା ଅଏଲ୍ ଫିଲ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭାରତୀୟ ନୌସେନା ଜାହାଜରେ ଥିବା 146 ଜଣଙ୍କୁ ଉଦ୍ଧାର କରିଥିବାବେଳେ 170 ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଅନ୍ୟ ଏକ ଭାରତୀୟ ଜାହାଜ ମଧ୍ୟ ଏହି ସ୍ଥାନରେ ଫସି ରହିଛି । ଆରୋହୀଙ୍କୁ ଉଦ୍ଧାର କରିବା ପାଇଁ ଏଠାକୁ INS କୋଲକାତାକୁ ପଠାଯାଇଛି । INS କୋଲକାତା ହେଉଛି ଭାରତୀୟ ନୌସେନାର ଏକ ଜାହାଜ । ଏଥି ସହିତ, ONGC ସକାଳେ ମଧ୍ୟ ରିପୋର୍ଟ କରିଛି ଯେ ଏପର୍ଯ୍ୟନ୍ତ 148 ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ONGC ତରଫରୁ କୁହାଯାଇଛି, ପ୍ରବଳ ସାଇକ୍ଲୋନିକ୍ ଝଡ ଯୋଗୁଁ ଆରବ ସାଗରର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ONGC ପ୍ରକଳ୍ପରେ କାର୍ଯ୍ୟ କରୁଥିବା 3 ଟି ନିର୍ମାଣ ବ୍ୟାରେଜ୍ ଏବଂ ଅନୁସନ୍ଧାନ ଉଦ୍ଦେଶ୍ୟରେ ନିୟୋଜିତ କର୍ମଚାରୀମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ONGC କହିଛି ଯେ, ଏହାର କର୍ମଚାରୀ ଏବଂ ଜାହାଜଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ, ODAG (Offshore Defence Advisory Group) ଏବଂ MRCC (ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର) ସହିତ ସମନ୍ୱୟ ରକ୍ଷା କରି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications