ଦିଲ୍ଲୀରୁ ଶ୍ରୀନଗର ହଲଚଲ୍: ଜମ୍ମୁକାଶ୍ମୀରକୁ ମିଳିବ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା
ଜମ୍ମୁକାଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ଫେରାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ,ପରେ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ବଢ଼ାଇଛି । ଏହା ପୂର୍ବରୁ ଅମିତ ଶାହ ଲଗାତାର କିଛି ଦିନ ଧରି ରାଜ୍ୟ ମାନ୍ୟତା ନେଇ ଆଲୋଚନା କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଏନ୍ଡିଏ ସାଂସଦଙ୍କ ବୈଠକ ଡାକିଛନ୍ତି । ଏଥିରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ (ଜମ୍ମୁ-କାଶ୍ମୀର ଓ ଲଦାଖ) ଭାବେ ଘୋଷଣା କରାଯାଇଥିଲା । ଆଜି ଅର୍ଥାତ୍ ଅଗଷ୍ଟ ୫ରେ ଏହାକୁ ୬ ବର୍ଷ ପୂରିଛି । ତେଣୁ ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍ ଆଣିପାରନ୍ତି ।
ଛଅ ବର୍ଷ ତଳେ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ପରଠାରୁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅନେକଥର କହିଛନ୍ତି କି ଏହାକୁ ପୁଣି ରାଜ୍ୟ ମାନ୍ୟତା ଦିଆଯିବ । ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବୈଧତାକୁ କାଏମ ରଖିବା ସହ ଏହାକୁ ଯଥାଶୀଘ୍ର ରାଜ୍ୟ ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସମୟ ସୀମା ଦେଇନଥିଲେ ।
୨୦୨୪ରେ ଜମ୍ମୁ-କାଶ୍ମୀରରେ ନିର୍ବାଚନ ହୋଇଥିଲା ଏବଂ ୧୦ ବର୍ଷର ପ୍ରତୀକ୍ଷା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ବନିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ ଦଳ ସମେତ କଂଗ୍ରେସ ରାଜ୍ୟ ମାନ୍ୟତା ଦାବି କରିଥିଲା । ଯଦି ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ ତେବେ ସେଠାରେ ସାନି ନିର୍ବାଚନ ହେବ । କାରଣ ପୂର୍ବରୁ ଏହା କେନ୍ଦ୍ରଶାସିତ ଅଞ୍ଚଳ ଥିବା ବେଳେ ନିର୍ବାଚନ ହୋଇଥିଲା । ଗତ ଜୁନ୍ରେ ଓମାର ଅବଦୁଲ୍ଲା କହିଥିଲେ କି ଯଦି ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନତା ମିଳିବ ତେବେ ବିଧାନସଭା ଭଙ୍ଗ କରାଯାଇ ସାନି ନିର୍ବାଚନ ହେଲେ ତାଙ୍କର ଆପତ୍ତି ନାହିଁ ।
-
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା


Click it and Unblock the Notifications