୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ, ୫ ଦିନ ଯାଏ ବର୍ଷା

୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ । ରାଜ୍ୟରେ ୫ ଦିନ ଯାଏ ବର୍ଷା ସହ ୨ ଦିନ ପ୍ରବଳ ବର୍ଷା ପାଇଁ ଚେତାବନୀ । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି । ୪୮ ମଧ୍ୟରେ ମୌସୁମୀ ଛୁଇଁବ ସାରା ଓଡିଶା । ଏହାସହ ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀକୁ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

Monsoon

ଆଜି ଭୁବନେଶ୍ୱରରେ ଝିପି ଝିପି ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାର ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ରାୟଗଡା, କନ୍ଧମାଳ, ବରଗଡ଼ , ଜଗତସିଂହପୁର , କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଜ୍ରପାତ ସହ ବର୍ଷା ଓ ୪୦ରୁ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ କେନ୍ଦୁଝର ,ମୟୁରଭଞ୍ଜ ଓ ସୁନ୍ଦରଗଡ ଏହି ୭ ଜିଲ୍ଲାକୁ ଛାଡି ଅବଶିଷ୍ଟ ୧୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

ସେହିପରି ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ମାଲକାନଗିରି,କୋରାପୁଟ, ନବରଙ୍ଗପୁର ରାୟଗଡା ଓ ଗଜପତି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ଓ ୪୦ ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଅବଶିଷ୍ଟ ୨୫ ଜିଲ୍ଲାରେ ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ୨୬ ଜୁନ ଯାଏ ରାଜ୍ୟରେ ବର୍ଷା ପାଇଁ ଚେତାବନୀ ରହିଛି । ଏପଟେ ଆଜି ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ସର୍ବାଧିକ ୬୦ କିମି ବେଗରେ ପବନ ସହ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦୁଇଦିନ ଅର୍ଥାତ ୨୨ ଓ ୨୩ ତାରିଖ ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛିବ । ଆସନ୍ତା ୨ ଦିନ ବର୍ଷା ପ୍ରଭାବରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ଦେଇଛି ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+