Get Updates
Get notified of breaking news, exclusive insights, and must-see stories!

ଯବାନ ପହଞ୍ଚାଇଲେ ଅକ୍ସିଜେନ୍ ରୂପକ ସଞ୍ଜିବନୀ, ବଞ୍ଚିଗଲା 500 ଜୀବନ

ଶେଷ ସମୟରେ ହସ୍ପିଟାଲରେ ପହଁଛିଥିଲା ଜୀବନ ବଞ୍ଚାଇବାର ସଞ୍ଜିବନୀ । ହଠାତ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଖୁସିର ବାତାବରଣ । ଉତ୍ତରପ୍ରଦେଶ ଦୁଇ ଜବାନଙ୍କ ସହାୟତାରେ ଜେଟିବି ମେଡିକାଲରେ ପହଁଚିଥିଲା 14 ଟନ ଅକ୍ସିଜେନ ।

ନୂଆଦିଲ୍ଲୀ : ସାରା ଦେଶରେ କରନା ମହାମାରୀର ପ୍ରକୋପ ବର୍ତ୍ତମାନ ଭୟାନକ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଡାକ୍ତରଖାନାରେ କେଉଁଠି ବେଡର ଅଭାବ ତ କେଉଁଠି ମେଡିକାଲ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଏପରି ଏକ ଖବର ଆସିଛି ଜାତୀୟ ରାଜଧାନୀ ଦିଲ୍ଲୀରୁ । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଅଛି କିନ୍ତୁ ଅକ୍ସିଜେନ ନାହିଁ । ହସ୍ପିଟାଲ ଅଛି ହେଲେ ବେଡର ଅଭାବ ରହିଛି । ଏଭଳି ସ୍ଥିତିରେ ଦିଲ୍ଲୀର ଗୁରୁ ତେଗ ବାହାଦୂର ମେଡିକାଲରେ ଅବସ୍ଥା ଗମ୍ଭୀର ହୋଇପଡିଛି । ଅକ୍ସିଜେନ ନଥିବାରୁ ବାହାରେ ଶହ ଶହ କୋଭିଡ ଆକ୍ରାନ୍ତ ଜୀବନ, ମୃତ୍ୟୁ ଶହ ଲଢୁଥିଲେ । ଅନ୍ୟପଟେ ପାଞ୍ଚଶହ କୋଭିଡ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନରେ ଥିବା ବେଳେ ମାତ୍ର 4 ଘଣ୍ଟା ପାଇଁ ଅକ୍ସିଜେନ ରହିଥିଲା ।

oxygen

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର୍ୟ ଜୈନ ମଧ୍ୟ କେନ୍ଦ୍ରମନ୍ତ୍ରୀ ପିୟୁଷ୍ ଗୋଏଲଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ । ହସ୍ପିଟାଲରେ 500 ଲୋକ ଅକ୍ସିଜେନରେ ଥିବାବେଳେ ସିଲିଣ୍ଡରରୁ ଗ୍ୟାସ ମଧ୍ୟ ସରିଆସୁଥାଏ । ରୋଗୀଙ୍କର ପରିଜନ ଏହାକୁ ନେଇ ବିବ୍ରତ ହେବା ସହ ଆତଙ୍କିତ ହେଉଥିଲେ । ଅକ୍ସିଜେନ ସରିଗଲେ କେତେବଡ଼ ଅଘଠଣ ହେବ ତାହାର କଳ୍ପନା ମଧ୍ୟ କରିବା ଥିଲା କାଠିକର ପାଠ । ହସ୍ପିଟାଲ କର୍ତ୍ତୁପକ୍ଷ ମଧ୍ୟ ଏ ଆଶଙ୍କାରେ ରହିଥାନ୍ତି । ଯଦି ଏହା ହୁଏ ତେବେ ବହୁତ ବଡ ଧରଣର ଅଘଟଣ ତେଗ ବାହାଦୂର ହସ୍ପିଟାଲରେ ଘଟିବା ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିଲା ।

ସୌଭାଗ୍ୟବଶତଃ ଶେଷ ସମୟରେ ହସ୍ପିଟାଲରେ ପହଁଛିଥିଲା ଜୀବନ ବଞ୍ଚାଇବାର ସଞ୍ଜିବନୀ । ହଠାତ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଖୁସିର ବାତାବରଣ । ଉତ୍ତରପ୍ରଦେଶ ଦୁଇ ଜବାନଙ୍କ ସହାୟତାରେ ଜେଟିବି ମେଡିକାଲରେ ପହଁଚିଥିଲା 14 ଟନ ଅକ୍ସିଜେନ । ହଟିଗଲା ଘଟିବାକୁ ଯାଉଥିବା ବଡ଼ଧରଣର ଅଘଟଣ । ସେପଟେ ଅନ୍ୟ କିଛି ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବା ନେଇ କର୍ତ୍ତୁପକ୍ଷ ଜଣାଇଥିଲେ । କହିଛନ୍ତି ଯଦି ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ ସାଥିରେ ଅକ୍ସିଜେନ ସିଲିଣ୍ଡର ଆଣିବାକୁ ପଡିବ ବୋଲି ମଧ୍ୟ ମେଡିକାଲ ପକ୍ଷରୁ କୁହାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+