ଖୁବ ଶୀଘ୍ର ବଦଳିବ ଦେଶର ଏହି ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ
Kerala New Name: ଆଗାମୀ ଦିନରେ ବଦଳି ଯିବ ସମସ୍ତଙ୍କ ପ୍ରିୟ ଟୁରିଷ୍ଟ ପ୍ଲେସ୍ କେରଳର ନାଁ । ଯେଉଁଥି ପାଇଁ ବିଧାନସଭାରେ ପାରିତ ହେଲା ସର୍ବସମ୍ମତି ପ୍ରସ୍ତାବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ସମ୍ବାଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି ।
ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନା କରି କହିଥିଲେ ଯେ, ରାଜ୍ୟର ନାମ ମାଲାୟଲମ ଭାଷାରେ
କେରଳମ୍ କୁହାଯାଏ । ହେଲେ ଅନ୍ୟ ଭାଷାରେ ଏହା ବର୍ତ୍ତମାନ ମଧ୍ୟ କେରଳ ରହିଛି । ମୁଖ୍ୟମନ୍ତ୍ରୀ ବିଜୟନ ବିଧାନସଭାରେ ଧାରା
୧୧୮ ଅନୁସାରେ ଏହି ପ୍ରସ୍ତାବକୁ ପେଶ କରିଥିଲେ ।

ସେହିପରି ଏହି ପ୍ରସ୍ତାବକୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମଧ୍ୟ ଗ୍ରହଣ କରିନେଇଥିଲା ଯାହା ପରେ ଏଏନ ସମଶୀର ସର୍ବସମ୍ମତିରେ ପାରିତ ହୋଇଥିବା ହୋଇଥିବା ଏହି ପ୍ରସ୍ତାବକୁ ଘୋଷଣା କରିଥିଲେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସହ ସମସ୍ତ ଅଫିସିଆଲ ଏବଂ ସମ୍ବାଧାନର ୮ମ ସୂଚୀରେ କେରଳର ନାଁ ବଦଳାଇ କେରଳମ ରଖିବାକୁ ଅନୁରୋଧ କରାଯାଇଛି ।












Click it and Unblock the Notifications