କର୍ଣ୍ଣାଟକ ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟାଙ୍କ ଇସ୍ତଫା, ରାଜ୍ୟସଭା ପ୍ରସ୍ତାବକୁ ମନା କଲେ

କର୍ଣ୍ଣାଟକ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଥିବା କ୍ଷମତା ପାଇଁ ଛକାପଞ୍ଝାର ଅନ୍ତ ଘଟିଛି । କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ସିଦ୍ଦରମୈୟା ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ରାଜ୍ୟର ଶୀର୍ଷ ପଦବୀ ଛାଡ଼ିବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦିଆଯାଇଥିବା ରାଜ୍ୟସଭା ସାଂସଦ ପଦବୀକୁ ଗ୍ରହଣ କରିବାକୁ ସେ ସଫା ସଫା ମନା କରିଦେଇଛନ୍ତି । ଜାତୀୟ ରାଜନୀତିରେ ତାଙ୍କର କୌଣସି ରୁଚି ନଥିବା ଦର୍ଶାଇ ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ଏବେ ବେଶ୍ ଗରମ ହୋଇପଡ଼ିଛି ।

Karnataka politics

ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟା ରଖି ସିଦ୍ଦରମୈୟା କହିଛନ୍ତି ଯେ, କାହା ପ୍ରତି ତାଙ୍କର କୌଣସି ବିଦ୍ୱେଷ ବା ମନୋମାଳିନ୍ୟ ନାହିଁ । କଂଗ୍ରେସ ଦଳ ତାଙ୍କ ପାଇଁ ଏକ ପରିବାର ସଦୃଶ ଏବଂ ସମସ୍ତେ ଏକଜୁଟ୍ ହୋଇ ରହିବା ଆବଶ୍ୟକ । କିନ୍ତୁ ସେ ଦିଲ୍ଲୀ ରାଜନୀତିକୁ ଯିବା ପାଇଁ ମନା କରିଦେଇଥିବାରୁ କର୍ଣ୍ଣାଟକ କଂଗ୍ରେସରେ କ୍ଷମତାକୁ ନେଇ ଲାଗିରହିଥିବା ଭିତର ବିବାଦ ଏବେ ବି ସମ୍ପୂର୍ଣ୍ଣ ତୁଟିନଥିବା ଚର୍ଚ୍ଚା ହେଉଛି । ସିଦ୍ଦରମୈୟାଙ୍କ ଏହି ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କୁ କେତେକାଂଶରେ ଅଡ଼ୁଆରେ ପକାଇଛି ।
ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ତେଜିଲାଣି । ଆଜି କଂଗ୍ରେସ ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୂତ ହୋଇଛି, ଯେଉଁଠାରେ ବିଧାୟକ ଦଳ ନେତା ଭାବେ ଡିକେ ଶିବକୁମାରଙ୍କ ନାଁରେ ମୋହର ବାଜିବ । ଏହି ବୈଠକ ପରେ ଖୁବଶୀଘ୍ର ସେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ଶିବକୁମାର ବରିଷ୍ଠ ନେତା ସିଦ୍ଦରମୈୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ବେଳେ ସିଦ୍ଦରମୈୟା ମଧ୍ୟ ତାଙ୍କୁ ଖୁସିରେ କୁଣ୍ଢାଇ ପକାଇ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ଣ୍ଣାଟକରେ କ୍ଷମତାକୁ ଫେରିବା ପରେ ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା । ସେତେବେଳେ ହାଇକମାଣ୍ଡଙ୍କ ବୁଝାମଣା ଅନୁସାରେ ପ୍ରଥମ ଅଢ଼େଇ ବର୍ଷ ପାଇଁ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । କିନ୍ତୁ ଅଢ଼େଇ ବର୍ଷ ସମୟସୀମା ପୂରିବା ପରେ ବି ସେ ପଦ ଛାଡ଼ିନଥିବାରୁ ଶିବକୁମାରଙ୍କ କ୍ୟାମ୍ପରେ ଅସନ୍ତୋଷ ପ୍ରକାଶ ପାଇଥିଲା, ଯାହାର ପରିଣତି ସ୍ୱରୂପ ଶେଷରେ ହାଇକମାଣ୍ଡଙ୍କୁ ଏହି ବଡ଼ ହସ୍ତକ୍ଷେପ କରିବାକୁ ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+