କକ୍ରୋଜ୍ ଜନତା ପାର୍ଟି ନାଁରେ ସାଇବର ଠକେଇ,୪ ଗିରଫ
ଦେଶରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କକ୍ରୋଜ୍ ଜନତା ପାର୍ଟି ନାଁରେ ଚାଲିଛି ସାଇବର ଠକେଇ। କକ୍ରୋଜ୍ ଜନତା ପାର୍ଟି ନାଁରେ କିଛି ଲିଙ୍କ ଆସୁଥିଲେ ସାବଧାନ। କକ୍ରୋଜ୍ ଜନତା ପାର୍ଟି ନାଁ ନେଇ ଠକେଇ କରୁଛନ୍ତି ସାଇବର ଠକ। ଫୋକସରେ ଯୁବପିଢ଼ି। ବିଭିନ୍ନ ଆପ୍ଲିକେସନ ମାଧ୍ୟମରେ ଲିଙ୍କ ପଠାଇ ଯୁବପିଢିଙ୍କୁ ଭୁଆଁ ବୁଲାଉଛନ୍ତି ସାଇବର ଠକ। ବର୍ତ୍ତମାନ ଭୁବନେଶ୍ୱର ସାଇବର ଥାନା ପୋଲିସ କବଜାରେ ଧରା ପଡିଛନ୍ତି ୪ଜଣ ସାଇବର ଠକ। କକ୍ରୋଜ ଜନତା ପାର୍ଟି ନାମରେ APK ଫାଇଲ କରୁଥିଲେ ସାଇବର ଠକେଇ।ଏଥିସହ ଆରଟିଓ ଚାଲାଣ ନାମରେ ମଧ୍ୟ APK ଫାଇଲ ପଠାଇ ଠକେଇ କରୁଥିଲେ। ଏହି ମାମଲାରେ ୪ଜଣ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଗିରଫ ୪ ଅଭିଯୁକ୍ତ ଝାଡଖଣ୍ଡ ଜାମତରା ଅଂଚଳର। ୭କୋଟି ରୁ ଅଧିକ ଟଙ୍କା ଠକେଇ କରିଥିଲେ ଏହି ଗ୍ୟାଙ୍ଗ । ଠକେଇ ଟଙ୍କାଙ୍କୁ ନିଜ ମାଆଙ୍କ ଆକାଉଣ୍ଟକୁ ପଠାଇ ଦେଉଥିଲେ ଠକ।













Click it and Unblock the Notifications