ପୁଣି ସାମ୍ନାକୁ ଆସିଲା ସୀମା ପାର୍ ପ୍ରେମ କାହାଣୀ: ଫେସବୁକରୁ ହେଲା ପ୍ରେମ, ବିବାହ ପାଇଁ ଶ୍ରୀଲଙ୍କାରୁ ଆସି ଆନ୍ଧ୍ରରେ ପହଞ୍ଚିଲା

ହାଇଦ୍ରାବାଦ: ପୁଣି ସାମ୍ନାକୁ ଆସିଲା ସୀମା ପାର୍ ପ୍ରେମ କାହାଣୀ । ସୀମା, ଅଞ୍ଜୁଙ୍କ ପରେ ଶ୍ରୀଲଙ୍କାର ଶିବକୁମାରୀଙ୍କୁ ନେଇ ଚର୍ଚ୍ଚା । ଫେସବୁକ ପ୍ରେମିକଙ୍କୁ ବାହା ହେବାକୁ ଦରିଆ ସେ ପାରିରୁ ଆସି ଭାରତରେ ପହଞ୍ଚିଛନ୍ତି ଶିବକୁମାରୀ ବିଘ୍ନେଶ୍ବରୀ ।

ଟୁରିଷ୍ଟ ଭିସା ନେଇ ଶ୍ରୀଲଙ୍କାରୁ ଆସିଥିବା ଶିବକୁମାରୀ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି । ଶନିବାର ଶିବକୁମାରୀ ଓ ଲକ୍ଷ୍ମଣଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିସା ଏକ୍ସପାରୀ ହେବା ପୂର୍ବରୁ ଦେଶ ଛାଡ଼ିବାକୁ ପୋଲିସ କହିଛି । କିମ୍ବା ଭିସା ଅବଧି ବୃଦ୍ଧି କରିବାକୁ ଶିବକୁମାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫେସବୁକରୁ ଶିବକୁମାରୀ ଓ ଲକ୍ଷ୍ମଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

Cross Border Love Story

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଶ୍ରୀଲଙ୍କାର ଶିବକୁମାରୀ ନାମକ ୨୫ ବର୍ଷୀୟ ମହିଳା ଆନ୍ଧ୍ର ପ୍ରଦେଶର ୨୮ ବର୍ଷୀୟ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି । ଯିଏକି ୬ ବର୍ଷ ତଳେ ଫେସବୁକ୍ ଯୋଗେ ତାଙ୍କ ସହ ମିଶିଥିଲେ । ତେବେ ଏହି ସମ୍ପର୍କ ଆଗକୁ ବଢିଥିବା ବେଳେ, ଏବେ ଶ୍ରୀଲଙ୍କାରୁ ଆସି ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି ଶିବକୁମାରୀ ।

ସୂଚନା ମୁତାବକ, ବିବାହ କରିବାକୁ ଆସିଥିବା ଶିବକୁମାରୀ ଜୁଲାଇ ୮ ତାରିଖରେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଥିଲେ । ଏହାପରେ ଜୁଲାଇ ୨୦ ତାରିଖରେ ଦୁହେଁ ଏକ ମନ୍ଦିରରେ ବିବାହ କରିଛନ୍ତି । ତେବେ ସେ ଶ୍ରୀଲଙ୍କା ଫେରିଯିବାକୁ ଚାହୁଁ ନଥିବା ବେଳେ ଆଉ ବର୍ଷେ ଭିସା ଅବଧି ବଢ଼ାଇବାକୁ ଆବେଦନ କରିଛନ୍ତି ଏବଂ ଭାରତୀୟ ନାଗରିକତା ନେବା ପାଇଁ ଚେଷ୍ଟା ଚଳାଇଥିବା ପୋଲିସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+