ଆଫଗାନ ଛାଡିବା ପରେ ଦେଶକୁ ଦେଶ ଘୁରୁଛନ୍ତି ରାଷ୍ଟ୍ରପତି ଗନି
ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଦେଶରୁ ଫେରାର ହୋଇଯାଇଥିବା ରାଷ୍ଟ୍ରପତି ଅଶରଫ ଘନିଙ୍କ ଠିକଣା ମିଳିଛି। ପୂର୍ବରୁ ସେ ଓମାନରେ ଥିବା କୁହାଯାଉଥିଲା। କିନ୍ତୁ ସେ ପରିବାର ସଦସ୍ୟଙ୍କ ସହ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି।
କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଦେଶରୁ ଫେରାର ହୋଇଯାଇଥିବା ରାଷ୍ଟ୍ରପତି ଅଶରଫ ଘନିଙ୍କ ଠିକଣା ମିଳିଛି। ପୂର୍ବରୁ ସେ ଓମାନରେ ଥିବା କୁହାଯାଉଥିଲା। କିନ୍ତୁ ସେ ପରିବାର ସଦସ୍ୟଙ୍କ ସହ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିଥିଲା। ଏହି ସମୟରେ ଘନି ପରିବାର ସଦସ୍ୟଙ୍କ ସହ ଆଫଗାନ ଛାଡ଼ିଥିଲେ। ସେ କାଜିକିସ୍ତାନ ଯାଇଥିବା ପ୍ରଥମେ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସେ ଓମାନରେ ଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ।
ହେଲେ ଏବେ ୟୁଏଇ ଘନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ କରିଛି। ୟୁଏଇ ପକ୍ଷରୁ ଜାରି ସଂକ୍ଷିପ୍ତ ବିବୃତିରେ କୁହାଯାଇଛି ଯେ "ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ କର୍ପୋରେସନ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ରାଷ୍ଟ୍ରପତି ଅଶରଫ ଘନି ଓ ତାଙ୍କ ପରିବାରକୁ ୟୁଏଇ ସରକାର ମାନବିକତା ଦୃଷ୍ଟିକୋଣରୁ ଦେଶରେ ସ୍ୱାଗତ କରିଛନ୍ତି।"












Click it and Unblock the Notifications