ମହାମାରୀ ଭିତରେ ସରକାରୀ ଚାକିରି : ଓଡ଼ିଶା ପୁଲିସରେ ଏସଆଇ ଓ କନଷ୍ଟେବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି
କୋଭିଡ 19 ମହାମାରୀ ସମୟରେ ଚାକିରି ସଙ୍କଟ ମଧ୍ୟରେ ଓଡିଶା ପୁଲିସ ସବ୍-ଇନ୍ସପେକ୍ଟର (SI) ଏବଂ କନଷ୍ଟେବଳ ପଦବୀରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି
କଟକ : କୋଭିଡ 19 ମହାମାରୀ ସମୟରେ ଚାକିରି ସଙ୍କଟ ମଧ୍ୟରେ ଓଡିଶା ପୁଲିସ ସବ୍-ଇନ୍ସପେକ୍ଟର (SI) ଏବଂ କନଷ୍ଟେବଳ ପଦବୀରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏଥିପାଇଁ ଅନଲାଇନ୍ ଆବେଦନକୁ କରିବା ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ଓଡିଶା ଡିଜିପି ଅଭୟ ରାଜ୍ୟର ଯୁବକମାନଙ୍କୁ ସେବା କରିବାକୁ ଓଡିଶା ପୋଲିସରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି ।
ଡିଜିପି କହିଛନ୍ତି ଯେ ମୁଁ ସମସ୍ତ ଯୋଗ୍ୟ ପୁରୁଷ ଓ ମହିଳାଙ୍କୁ ଓଡିଶା ପୋଲିସରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି ଯାହା ଆପଣଙ୍କୁ ବହୁତ ଭଲ କ୍ୟାରିୟର ଏବଂ ରାଜ୍ୟ ସେବା କରିବାର ସୁଯୋଗ ଦେବ । 477 SI ପଦବୀ ଏବଂ 244 କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଦୁଇଟି ବିଜ୍ଞାପନ ପ୍ରକାଶ ପାଇଛି ।

ଅନଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ଜୁନ୍ 22 ରୁ ଆରମ୍ଭ ହୋଇ ଜୁଲାଇ 15 ପର୍ଯ୍ୟନ୍ତ ଚାଲିବ ।
ଏସଆଇ ପଦବୀ ପାଇଁ ପ୍ରାର୍ଥୀମାନେ ଗ୍ରାଜୁଏସନ ବା ସ୍ନାତକତ୍ତର ପରୀକ୍ଷା ଉର୍ତ୍ତିର୍ଣ୍ଣ କରିବା ଆବଶ୍ୟକ । ସେହିପରି କନଷ୍ଟେବଳ ପଦବୀ ପାଇଁ ଯୁକ୍ତ ଦୁଇ ଶିକ୍ଷାଗତ ଯୋଗ୍ୟତା ରହିଥିବା ବେଳେ ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସରେ ଯୋଗ୍ୟତା ରଖିଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ଚଳିତ ବର୍ଷ ପରୀକ୍ଷା ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ବୟସ ସୀମା: ପ୍ରାର୍ଥୀମାନେ 1.1.2021 ପର୍ଯ୍ୟନ୍ତ 21 ବର୍ଷରୁ କମ୍ ଏବଂ 25 ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ତେବେ କିଛିଟା କ୍ଷେତ୍ରରେ ବୟସରେ କୋହଳ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା: (କ) ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । (ଖ) ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ କିମ୍ବା ଓଡିଆ ଭାଷାରେ ଏମ.ଇ ମାନାଙ୍କ ସହିତ ସମାନ୍ତରାଳ ଭାବେ ଓଡିଆ ପାସ୍ କରିଥିବା ଆବଶ୍ୟକ ଯାହା ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ କିମ୍ବା ପରିଚାଳିତ ହୋଇଥିବ ।
ପରୀକ୍ଷା ଢାଞ୍ଚା : ନିଯୁକ୍ତି ପ୍ରକ୍ରିୟାରେ ଲିଖିତ ପରୀକ୍ଷା ରହିବ ଯାହା ଏକାଧିକ ପସନ୍ଦ ବା ମଲଟିପୁଲ ଚୟସ ପ୍ରଶ୍ନ ରହିବ । ଏଥିସହିତ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ କରାଯିବ ।
କନଷ୍ଟେବଳ ପଦବୀ ପାଇଁ ଯୋଗ୍ୟତା:
ବୟସ ସୀମା: 1.1.2021 ପର୍ଯ୍ୟନ୍ତ 18 ବର୍ଷରୁ କମ୍ ଏବଂ 23 ବର୍ଷରୁ ଅଧିକ ହୋଇନଥିବ । ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।
ଶିକ୍ଷାଗତ ଯୋଗ୍ୟତା: (କ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା କିମ୍ବା ଅନ୍ୟ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । (ଖ) ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର କିମ୍ବା ସମାନ ପାଠ୍ୟକ୍ରମରେ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । (ଗ) ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ କିମ୍ବା ଓଡିଆ ଭାଷାରେ ଏମ.ଇ ମାନାଙ୍କ ସହିତ ସମାନ୍ତରାଳ ଭାବେ ଓଡିଆ ପାସ୍ କରିଥିବା ନିଶ୍ଚିତ ଆବଶ୍ୟକ । ଏହି ଶିକ୍ଷାନୁଷ୍ଠାନ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ସ୍ୱିକୃତିପ୍ରାପ୍ତ କିମ୍ବା ପରିଚାଳିତ ହୋଇଥିବ ।

-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications