ବିକ୍ଷୋଭକାରୀ ଏବଂ ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ ନକରିବାକୁ ତାଲିବାନକୁ ଜାତିସଂଘର ଚେତାବନୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ସାମ୍ବାଦିକଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମିଳିତ ଜାତିସଂଘ ଆପତ୍ତି କରିଛି । ଶୁକ୍ରବାର ଦିନ ମିଳିତ ଜାତିସଂଘ ଏକ ବିବୃତ୍ତି ଜାରି କରି ସାମ୍ବାଦିକଙ୍କ ପ୍ରତି ହେଉଥିବା ହିଂସା ଘଟଣାକୁ ଦୃଢ ନିନ୍ଦା କରିଛି ।

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ସାମ୍ବାଦିକଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମିଳିତ ଜାତିସଂଘ ଆପତ୍ତି କରିଛି । ଶୁକ୍ରବାର ଦିନ ମିଳିତ ଜାତିସଂଘ ଏକ ବିବୃତ୍ତି ଜାରି କରି ସାମ୍ବାଦିକଙ୍କ ପ୍ରତି ହେଉଥିବା ହିଂସା ଘଟଣାକୁ ଦୃଢ ନିନ୍ଦା କରିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ କିଛି ଦିନ ହେବ ଆଫଗାନିସ୍ତାନ ଭିତରେ ସାମ୍ବାଦିକମାନଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଘଟଣା ଘଟିଛି । ମିଡିଆ ରିପୋର୍ଟ ଅନୁଯାୟୀ ତାଲିବାନ ସଂଗ୍ରାମୀମାନେ ଗତ କିଛି ଦିନ ମଧ୍ୟରେ 5 ଜଣ ସାମ୍ବାଦିକଙ୍କୁ ଅଟକ ରଖିଛନ୍ତି ।

taliban

ତାଲିବାନ ଆତଙ୍କବାଦୀଙ୍କ ଏହି କାର୍ଯ୍ୟକଳାପ ଉପରେ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ମୁଖପାତ୍ର ରବୀନା ଶାମଦାସାନି କହିଛନ୍ତି ଯେ, "ଶାନ୍ତିପୂର୍ଣ୍ଣ ସଭାରେ ବିରୋଧ ପ୍ରଦର୍ଶନ କରି ନିଜର ଅଧିକାର ମାଗୁଥିବା ଏବଂ ଏହାକୁ କଭର କରୁଥିବା ସାମ୍ବାଦିକଙ୍କ ବିରୋଧରେ ବଳ ପ୍ରୟୋଗ କରି ସେମାନଙ୍କୁ ଅଟକ ନ ରଖିବାକୁ ଆମେ ତାଲିବାନକୁ ଆହ୍ୱାନ କରୁଛୁ । " ଜାତିସଂଘର ମୁଖପାତ୍ର ଚେତାବନୀ ଦେଇଛନ୍ତି ଯେ ତାଲିବାନ ଯୋଦ୍ଧା ମାନେ କୌଣସି ପ୍ରତିବାଦରେ ଜଡିତ ଥିବା ବ୍ୟକ୍ତିଙ୍କୁ ବଳ ପ୍ରୟୋଗ ନକରିବା ନେଇ ନିଶ୍ଚିତ କରନ୍ତୁ ।

ରଏଟର୍ସ ଏଜେନ୍ସି ଅନୁଯାୟୀ ତାଲିବାନ ଆଫଗାନିସ୍ତାନରେ ମହିଳା ଏବଂ ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ କରିବା ଆରମ୍ଭ କରିଛି । 7 ସେପ୍ଟେମ୍ବରରେ ହୈରାତ ପ୍ରଦେଶରେ ତାଲିବାନ ଯୋଦ୍ଧା ଦ୍ୱାରା ଦୁଇଜଣ ପ୍ରଦର୍ଶନକାରୀଙ୍କୁ ଗୁଳି କରାଯାଇଥିଲା । ଗୁରୁବାର ଦିନ ତାଲିବାନ ଦ୍ୱାରା ସାମ୍ବାଦିକମାନଙ୍କୁ ମାଡ ମରାଯାଉଥିବା ଫଟୋ ସମଗ୍ର ବିଶ୍ୱରେ ପ୍ରକାଶ ପାଇଥିଲା, ଯାହା ପରେ ଅନ୍ତର୍ଜାତୀୟ ସମୁଦାୟରେ ଚିନ୍ତାର କାରଣ ହୋଇଥିଲା । ଆଫଗାନିସ୍ତାନ ମିଡିଆ ହାଉସ ଏତିଲାତ୍ରୋଜ୍ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟରେ ଜଣେ ସାମ୍ବାଦିକଙ୍କ ନିର୍ମମ ଚେହେରା ଦେଖାଯାଇଥିଲା । ପଶ୍ଚିମ କାବୁଲର କାର୍ତ-ଏ-ଚାର୍ ଅଞ୍ଚଳରେ ମହିଳା ବିରୋଧ ପ୍ରଦର୍ଶନକୁ କଭର କରିଥିବାରୁ ସାମ୍ବାଦିକଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯାଇଥିଲା ।

ସାମ୍ବାଦିକ ଜଣକ କହିଥିଲେ ଯେ ତାଲିବାନ ଆତଙ୍କବାଦୀମାନେ ତାଙ୍କ ମୁଣ୍ଡ ଉପରେ ପାଦ ରଖିଥିଲେ, ଫଳରେ ତାଙ୍କ ମୁହଁ କଂକ୍ରିଟ ଉପରେ ଚାପି ହୋଇଯାଇଥିଲା, ଆତଙ୍କବାଦୀମାନେ ମଧ୍ୟ ମୁଣ୍ଡରେ ଆଘାତ କରିଥିଲେ, ସେମାନେ ମୋତେ ମାରିବାକୁ ଯାଉଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+