ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

ସଂସଦରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଓ ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇବା ପରେ ଶାସକ ଦଳ ପକ୍ଷରୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀଙ୍କୁ ମହିଳା ବିରୋଧୀ ବୋଲି ପ୍ରଚାର କରାଯାଉଛି। ଗୁରୁବାର ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ ଏଥିରେ 'ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ' ସମ୍ପର୍କରେ ଆଲୋଚନା ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମୋସନ୍ ଆଣିବେ। ଏହା ଉପରେ ସବୁ ଦଳର ବିଧାୟକ ଆଲୋଚନା କରିବେ। ଶେଷରେ ମୁଖ୍ୟମନ୍ତ୍ରୀ ଆଲୋଚନାର ଉତ୍ତର ରଖିବେ ବୋଲି ଜଣାପଡ଼ିଛି।

egislative Assembly today

ହେଲେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ଗତ ଦୁଇ ଦିନ ମଧ୍ୟରେ ବସିଥିବା ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ରଖିବାକୁ ଏକ ସଂକଳ୍ପ ପାରିତ ହୋଇଛି। ଏହାକୁ ସେମାନଙ୍କ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୯ ଲୋକସଭା ନିର୍ବାଚନରେ ଲାଗୁ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ଓଡ଼ିଶାରେ ବି ଏହିଭଳି ଏକ ସଂକଳ୍ପ ପାରିତ ହେବ ବୋଲି ଚର୍ଚ୍ଚା ହେଉଛି। ଏହାସହ ବିରୋଧୀ ବିଜେଡି ଓ କଂଗ୍ରେସ ଏହି ବିଲ୍‌କୁ ସମର୍ଥନ କରିନଥିବାରୁ ସେମାନଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯିବ ବୋଲି ଜଣାପଡ଼ିଛି। ବିରୋଧୀ ବିଜେଡି ଓ କଂଗ୍ରେସ ଆଲୋଚନାରେ ଭାଗ ନେଲେ ବି ଗୃହକାର୍ଯ୍ୟ ଅଧାରୁ କକ୍ଷତ୍ୟାଗ କରିପାରନ୍ତି। ବିଧାନସଭା ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ୬ ଘଣ୍ଟା ଆଲୋଚନା ହେବ। ଆବଶ୍ୟକସ୍ଥଳେ ବାଚସ୍ପତି ଗୃହକାର୍ଯ୍ୟ ଅବଧି ବଢ଼ାଇପାରନ୍ତି। ମୋଟାମୋଟି ଭାବେ ଆସନ୍ତାକାଲି ଗୃହରେ ମହିଳାଙ୍କ ଅଧିକାରକୁ ଆଳ କରି ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପର ଉପରେ ଆରୋପ ଲଗାଇବେ। ମହିଳାଙ୍କ ପାଇଁ ତାଙ୍କ ସରକାର କ'ଣ କରିଥିଲେ, କ'ଣ କରୁଛନ୍ତି ତା'ର ଲମ୍ବା ତାଲିକା ଦେବେ।

ଅପରପକ୍ଷେ ଆସନ୍ତାକାଲିର ସ୍ବତନ୍ତ୍ର ଅଧି‌େବଶନ ପୂର୍ବରୁ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲୋକଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟି ଅଧିବେଶନ ସଂପର୍କରେ ଅବଗତ କରିଛନ୍ତି।

ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଲୋଚନାବେଳେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ନ ଡାକି ଏହାର ପ୍ରାୟ ଦୁଇ ସପ୍ତାହ ପରେ ବୈଠକ ଡକାଯାଇଥିବାରୁ ବିରୋଧୀ ରାଜନୈତିକ ଗନ୍ଧ ବାରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ମହିଳାଙ୍କ ଭାଗିଦାରୀ ବଢ଼ୁ। ସେଥିପାଇଁ ବିଜେଡି ପୂର୍ବରୁ ଅନେକ ପଦକ୍ଷେପ ନେଇଛି। ଯେଉଁମାନେ ମହିଳାଙ୍କ ପାଇଁ ଡିଣ୍ଡିମ ପିଟୁଛନ୍ତି ସେମାନେ ଜାଣିବା ଦରକାର ୨୦୨୩ରେ ସଂସଦରେ ମହିଳା ବିଲ୍‌ ପାରିତ ହୋଇଛି। ନୂଆ ବିଲ୍‌ରେ ସୀମା ପୁନଃନିର୍ଦ୍ଧାରଣ ଯୋଡ଼ିଲେ କାହିଁକି? ସରକାର ମହିଳାଙ୍କୁ ଆଳ କରି ମନ୍ଦ ଉଦ୍ଦେଶ୍ୟ ରଖିଛନ୍ତି। ମହିଳାଙ୍କୁ ନେଇ ଏକ ଆଲୋଚନାଚକ୍ର ଡାକୁଛନ୍ତି। ଏ ଆଲୋଚନାଚକ୍ର ଜୟଦେବ ଭବନରେ ମଧ୍ୟ କରି ପାରିଥାନ୍ତେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+