ଅପରାହ୍ନ ୩ଟା ସୁଦ୍ଧା ୭୯ ପ୍ରତିଶତ ମତଦାନ
ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। କଲକତା ସମେତ ୬ଟି ଜିଲ୍ଲାର ୧୪୩ଟି ଆସନରେ ମତଦାନ ହେଉଛି। ଏପ୍ରିଲ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା, ଯେଉଁଥିରେ ରେକର୍ଡ ଭୋଟରଙ୍କ ସଂଖ୍ୟା ୯୧.୪୬ ପ୍ରତିଶତ ଥିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ, ମେ ୪ ତାରିଖ (ସୋମବାର) ଗଣନା ହେବ। ତେବେ ଆଜି ଅପରାହ୍ନ ୩ଟା ସୁଦ୍ଧା ୭୯ ପ୍ରତିଶତ ମତଦାନ ହୋଇଛି। ଉତ୍ତର କୋଲକାତାରେ ୬୦ ପ୍ରତିଶତ, ଦକ୍ଷିଣ କୋଲକାତାରେ ୫୮ ପ୍ରତିଶତ, ହାୱଡ଼ାରେ ୬୧ ପ୍ରତିଶତ, ଉତ୍ତର ୨୪ ପ୍ରଗଣାରେ ୫୯ ପ୍ରତିଶତ, ଦକ୍ଷିଣ ୨୪ ପ୍ରଗଣାରେ ୫୯ ପ୍ରତିଶତ , ନାଦିଆରେ ୬୧ ପ୍ରତିଶତ, ହୁଗଲିରେ ୬୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।













Click it and Unblock the Notifications