Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ଗ୍ୟାସ୍ ଯୋଗାଣରେ ସୃଷ୍ଟି କରିପାରେ ବାଧା , କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼

କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼ । ଇରାନ ସିଧାସଳଖ କାତାରର 'ରାସ୍ ଲାଫାନ୍' ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । କିଛି ଦିନ ପୂର୍ବରୁ ଇସ୍ରାଏଲ, ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ 'ସାଉଥ୍ ପାର୍ସ' ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ କାତାରର ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । କାତାରର ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି । ଉତ୍ପାଦନ ବନ୍ଦ ହୋଇଯାଇଛି ।

iran

ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଗ୍ୟାସ୍ କାତାର ଯୋଗାଇଥାଏ । କାତାର ଏହାକୁ ନିଜ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ କହି ଇରାନର ସାମରିକ ଅଧିକାରୀମାନଙ୍କୁ ଦେଶରୁ ବାହାର କରିଦେଇଛି । ଟ୍ରମ୍ପ କହିଛନ୍ତି, ଇରାନର ଗ୍ୟାସ୍ ଫିଲ୍ଡ ଉପରେ ଇସ୍ରାଏଲର ପ୍ରଥମ ଆକ୍ରମଣ ବିଷୟରେ ଆମେରିକା କିଛି ଜାଣିନଥିଲା । ଯଦି ଇରାନ ପୁଣିଥରେ କାତାର ଉପରେ ଆକ୍ରମଣ କରେ, ତେବେ ଆମେରିକା ଇରାନର ପୁରା 'ସାଉଥ୍ ପାର୍ସ' ଗ୍ୟାସ୍ ଫିଲ୍ଡକୁ ବୋମା ମାଡ଼ କରି ଉଡ଼ାଇ ଦେବ । ଅନ୍ୟପଟେ ଇରାନ ଚେତାବନୀ ଦେଇଛି, ସୁରକ୍ଷା ଅଧିକାରୀଙ୍କୁ ହତ୍ୟା କରିବାର ପରିଣାମ ଭୋଗିବ ଇସ୍ରାଏଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+