ଆଫଗାନିସ୍ତାନରେ ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଭାରତ ଏବଂ ଆମେରିକା
ଆଫଗାନିସ୍ତାନରେ ପାକିସ୍ତାନର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ଭାରତ ଏବଂ ଆମେରିକା ନଜର ରଖିଛନ୍ତି । ତାଲିବାନ ସହ ଭାରତର ସୀମିତ ସମ୍ପର୍କ ରହିଛି ଏବଂ ଆଫଗାନିସ୍ତାନର ନୂତନ ଶାସକମାନେ ନୂଆଦିଲ୍ଲୀ ସମାଧାନ ପାଇଁ ସମର୍ଥନ କରିବେ ବୋଲି ସୂଚାଇ ଦେଇଛନ୍ତି ।
ନୂଆଦିଲ୍ଲୀ : ଭାରତର ବୈଦେଶିକ ସଚିବ ହର୍ଷ ଭରଦାନ ଶୃଙ୍ଗଳା ଶୁକ୍ରବାର ଦିନ ୱାଶିଂଟନ୍ ଡିସିକୁ ତିନି ଦିନିଆ ଗସ୍ତ ଶେଷ କରିଛନ୍ତି । ଏହି ଗସ୍ତରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆଫଗାନିସ୍ତାନରେ ପାକିସ୍ତାନର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ଭାରତ ଏବଂ ଆମେରିକା ନଜର ରଖିଛନ୍ତି । ତାଲିବାନ ସହ ଭାରତର ସୀମିତ ସମ୍ପର୍କ ରହିଛି ଏବଂ ଆଫଗାନିସ୍ତାନର ନୂତନ ଶାସକମାନେ ନୂଆଦିଲ୍ଲୀ ସମାଧାନ ପାଇଁ ସମର୍ଥନ କରିବେ ବୋଲି ସୂଚାଇ ଦେଇଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧିତ କରି ହର୍ଷବର୍ଦ୍ଧନ କହିଛନ୍ତି, "ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା 2 + 2 ସଂଳାପକୁ ନେଇ ଆମେ ଉତ୍ସାହିତ । ଆଲୋଚନାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।"
ଆପଣଙ୍କୁ କହି ରଖୁଛୁ, ୱାଶିଂଟନ୍ ଡିସି ଗସ୍ତ ସମୟରେ ହର୍ଷବର୍ଦ୍ଧନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ । ଏହି ଗସ୍ତରେ ସେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ମଧ୍ୟ ଭେଟିଛନ୍ତି ।
ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି ଯେ ପାକିସ୍ତାନର କାର୍ଯ୍ୟକଳାପ ଉପରେ ଆମକୁ ବହୁତ ଭଲ ନଜର ରଖିବା ଆବଶ୍ୟକ, ଆମ ସହିତ ଆମେରିକା ମଧ୍ୟ ଆଫଗାନିସ୍ତାନ ଉପରେ ନଜର ରଖିଛି । ଆଫଗାନିସ୍ତାନରେ ପରିସ୍ଥିତି କିପରି ଅଗ୍ରଗତି କରିବ, ତାହା ଦେଖିବାକୁ ବାକି ରହିଲା । ବୈଦେଶିକ ସଚିବ କହିଛନ୍ତି ଯେ ଭାରତର ବିବୃତ୍ତିରେ ତାଲିବାନକୁ କୁହାଯାଇଛି ଯେ ଆମ ଦେଶ କିମ୍ବା ଅନ୍ୟ ଦେଶ ଉପରେ ସେଠାରୁ କୌଣସି ଆତଙ୍କବାଦ କାର୍ଯ୍ୟକଳାପ ନ ହେବା ନେଇ ଆମକୁ ଧ୍ୟାନ ରଖିବାକୁ ହେବ । ଆମେ ଚାହୁଁ ସେମାନେ ମହିଳା, ସଂଖ୍ୟାଲଘୁଙ୍କ ଅବସ୍ଥା ବିଷୟରେ ଅବଗତ ହୁଅନ୍ତୁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications