ବଦଳିଲେ ଆଇଆଇସି, ୪ ପୁଲିସ୍‌ ସସ୍‌ପେଣ୍ଡ୍‌

ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି।

IIC

ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଓଏପିଏଫ୍‌ ଙ୍କୁ ନିଲମ୍ବନ କରାଯାଇଛି। ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସୂଚନା ମିଳିଛି। ସେପଟେ ଆଜି ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ , ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ବିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+