ଇଡି ସ୍କାନରରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସ୍କାନରକୁ ଆଣିଛି । ତାଙ୍କୁ ଦିଲ୍ଲୀର ଇଡି ଟିମ୍ ଦ୍ବାର ଘଣ୍ଟା ଘଣ୍ଟା ପଚରାଉଚରା କରାଯାଇଥିବା ଜଣାପଡିଛି ।

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ କିଛି ଠିକ୍ ଚାଲିନାହିଁ । କେତେଳେ ଅଭିନେତାଙ୍କ ନାମ ଡ୍ରଗ୍ ମାମଲାରେ ଆସୁଛି ଥାଏ, କେତେବେଳେ ଟଙ୍କା ହେରଫେର ମାମଲାରେ । ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସ୍କାନରକୁ ଆଣିଛି । ତାଙ୍କୁ ଦିଲ୍ଲୀର ଇଡି ଟିମ୍ ଦ୍ବାର ଘଣ୍ଟା ଘଣ୍ଟା ପଚରାଉଚରା କରାଯାଇଥିବା ଜଣାପଡିଛି । ଏହି ମାମଲା ଅର୍ଥ ହେରଫେର ବିଷୟ ବୋଲି କୁହାଯାଉଛି।

Jacqueline Fernandez

ସୂଚନା ଅନୁଯାୟୀ, କିଛି ଦିନ ହେବ ଇଡି ଟିମ୍ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିଲେ। 23-24 ଅଗଷ୍ଟରେ ଚେନ୍ନାଇରେ ତାଙ୍କ ବଙ୍ଗଳା, 82 ଲକ୍ଷ ନଗଦ ଏବଂ ଦଶହଜାର ଗାଡି ଜବତ କରାଯାଇଛି। ସୁକେଶ ଚନ୍ଦ୍ରଶେଖର ଜଣେ ବ୍ୟବସାୟୀଙ୍କଠାରୁ 200 କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଜେଲରେ ଥିବାବେଳେ ସେ କୋଟି କୋଟି ଟଙ୍କା କାରବାର କରିଥିଲେ। ଏହି ମାମଲାର ଅନୁସନ୍ଧାନ ବେଳେ ଜ୍ୟାକଲିନଙ୍କ ନାମ ମଧ୍ୟ ଆସିଥିଲା। ଯେଉଁଥିପାଇଁ ତାଙ୍କୁ ସୋମବାର ଦିଲ୍ଲୀରେ ପଚରାଉଚରା କରାଯାଇଥିଲା।

ସୂଚନାନୁସାରେ, ସୁକେଶ ଠକେଇର ଜଣେ ବିଶେଷଜ୍ଞ। ଯେତେବେଳେ ତାଙ୍କୁ ତିହାର ଜେଲ ଭିତରେ ରଖାଯାଇଥିଲା, ସେତେବେଳେ ସେ ବହୁ ବଡ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ସେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅଭିଯୋଗ ହୋଇଛି ଯେ ସୁକେଶ ଜେଲ ଭିତରୁ ଜଣେ ବ୍ୟବସାୟୀଙ୍କଠାରୁ 200 କୋଟି ଟଙ୍କା ଲୁଟି ନେଇଥିଲେ। ଯେତେବେଳେ ତାଙ୍କ ଫୋନ ଜବତ କରାଯାଇଥିଲା, ସେତେବେଳେ ସମଗ୍ର ଘଟଣା ପ୍ରକାଶ ପାଇଥିଲା। ଏହି ମାମଲାରେ ଜେଲ ପ୍ରଶାସନର ଅନେକ ଅଧିକାରୀ ମଧ୍ୟ ରାଡାରରେ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+