Get Updates
Get notified of breaking news, exclusive insights, and must-see stories!

ଜାକ୍‌ଲିନ୍ ଫର୍ଣାଣ୍ଡିଜ୍‌ଙ୍କୁ ପୁଣି ସମନ୍ ଜାରି କଲା ଇଡି

ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣାଣ୍ଡିସଙ୍କୁ ମିଳିଛି ପ୍ରବର୍ତନ ନିର୍ଦେଶଳୟର ନୋଟିସ୍ । ସେପ୍ଟେମ୍ବର ୨୫ ତାରିଖ ଦିନ ଇଡିର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଜାକଲିନଙ୍କୁ ହାଜିର ହେବାକୁ ସମନ ଜାରି ହୋଇଛି । ଦିଲ୍ଲୀ କାର୍ଯ୍ୟାଳୟରେ ଜାକଲିନଙ୍କୁ ଜେରା କରାଯିବ ବୋଲି ଉଲ୍ଲେଖ ଅଛି ଏହି ନୋଟିସରେ । ସୂଚନାଯୋଗ୍ୟ ଯେ, କ୍ୟାନମେନ୍ ସୁକେଶ ଚନ୍ଦ୍ରଶେଖର ବିରୋଧରେ ରୁଜୁ ହୋଇଥିବା ଆର୍ଥିକ ହେରଫେର ମାମଲାରେ ଜେରା କରିବା ପାଇଁ ଜାକଲିନ୍ ଫର୍ଣ୍ଡାଣ୍ଡିସଙ୍କୁ ଇଡି ପକ୍ଷରୁ ସମନ କରାଯାଇଛି ।

jacqueline fernandez

ଏଥି ପୂର୍ବରୁ ଗତ ଅଗଷ୍ଟ ୩୦ ତାରିଖରେ ଜାକଲିନଙ୍କୁ ଇଡି ପ୍ରାୟ ୫ ଘଂଟା ମାରାଥନ୍ ଜେରା କରିଥିଲା । ସେହି ସମୟରେ ମଧ୍ୟ ସୁକେଶ ଚନ୍ଦ୍ର ଶେଖର ସହ ଜଡ଼ିତ କେତେକ ପ୍ରଶ୍ନ ଜାକଲିନଙ୍କୁ ପଚରା ଯାଇଥିବା ନେଇ ସୂତ୍ରରୁ ପ୍ରକାଶ । ଫ୍ରିଭେନସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆଇନ ଅନୁସାରେ ସାକ୍ଷୀ ଭାବରେ ଜାକଲିନଙ୍କ ମନ୍ତବ୍ୟ ରେକର୍ଡ କରାଯାଇଥିଲା । ଏବେ ପୁଣି ଥରେ ଜାକଲିଲ୍ ଇଡି ଅଫିସରେ ହାଜର ହେବେ ଚଳିତ ସେପ୍ଟେମ୍ବର ୨୫ ତାରିଖରେ । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କୁ ମଧ୍ୟ ଇଡି ସମନ୍ ଜାରି କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+