ବଲିଉଡରେ ନୂଆ ଯୋଡି ! ସମୁଦ୍ର କୂଳରେ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିବେ ସାହିଦ-କ୍ରିତି
ମୁମ୍ବାଇ: ଖୁବ ଶୀଘ୍ର ସାହିଦ ଏବଂ କ୍ରିତି ସାନନଙ୍କ ଯୋଡି ବଡ ପରଦାରେ ନିଜ କମାଲ୍ ଦେଖାଇବା ପାଇଁ ଯାଉଛି । ଉଭୟ ଏକ ସୁନ୍ଦର ପ୍ରେମ କାହାଣୀ ଜରିଆରେ ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ ଅଛନ୍ତି । ସାହିଦ କପୁର ଏବଂ କ୍ରିତି ସାନନଙ୍କ ଏହି ଅନଟାଇଟେଲ୍ ରୋମାଣ୍ଟିକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ଅର୍ଥାତ୍ ଫିଲ୍ମର ପୋଷ୍ଟର ଶନିବାର ଦିନ ରିଲିଜ୍ ହୋଇଯାଇଛି ।
ବଲିଉଡ ଅଭିନେତା ସାହିଦ କପୁର ଏବଂ କ୍ରିତି ସାନନଙ୍କ ଆଗାମୀ ପ୍ରେମ କାହାଣୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ପ୍ରଶଂସକଙ୍କ ଉତ୍ସାହକୁ ବଢାଇଦେଇଛି । ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବେଶ୍ ପ୍ରଶଂସା ସାଉଁଟୁଛି ଏହି ପୋଷ୍ଟର । ଶନିବାର ଦିନ ପ୍ରସିଦ୍ଧ ଚଳଚ୍ଚିତ୍ର ସମାଲୋଚକ ତରନ୍ ଆଦର୍ଶ ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟର ସେୟାର କରି ସିନେପ୍ରେମୀଙ୍କୁ ବଲିଉଡର ଏହି ନୂଆ ଯୋଡି ବିଷୟରେ ସୂଚନା ଦେଇଥିଲେ ।

ପ୍ରଥମ ଥର ପାଇଁ ପ୍ରଶଂସକମାନେ ବଡ଼ ପରଦାରେ ସାହିଦ ଏବଂ କ୍ରିତିଙ୍କ ଯୋଡିକୁ ଏକାଠି ଦେଖିବେ । ଅନ୍ୟପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନାଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କିନ୍ତୁ ଫିଲ୍ମର ସୁଟିଂ ଶେଷ ହେଇସାରିଛି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବର ମାସରେ ମୁକ୍ତିଲାଭ କରିବ ବୋଲି ତରନ ଆଦର୍ଶ ସୂଚନା ଦେଇଛନ୍ତି ।












Click it and Unblock the Notifications