ଆଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ: 'ପୁଷ୍ପା'ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଅଷ୍ଟ୍ରେଲିଆ ଖେଳାଳି ଡେଭିଡ ୱାର୍ଣ୍ଣର
Allu Arjun Birthday:ଆଜି ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କର ୪୧ ତମ ଜନ୍ମଦିନ । ଏହି ସୁପରଷ୍ଟାରଙ୍କର ବେଶ୍ ବଡ଼ ଫ୍ୟାନ ଫଲୋଇଙ୍ଗ୍ ରହିଛି ସେହିପରି ଫିଲ୍ମ 'ପୁଷ୍ପା'ରିଲିଜ୍ ହେବା ପରଠୁ ପ୍ରଶଂସକଙ୍କ ସଂଖ୍ୟା ଆହୁରି ବଢିଯାଇଛି । ତେବେ ଏଥିରେ କୌଣସି ଦ୍ୱନ୍ଦ ନାହିଁ ଯେ, ଅଭିନେତାଙ୍କ ଫିଲ୍ମ 'ପୁଷ୍ପା'ହିଟ୍ ହେବା ସହ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ।
ସେହିପରି ସର୍ବଭାରତୀୟ ସ୍ତରରେ ମଧ୍ୟ 'ପୁଷ୍ପା'ର କ୍ରେଜ୍ ବେଶ୍ ଅଧିକ ରହିଥିଲା । ଏଥି ସହିତ ଅଷ୍ଟ୍ରେଲୀୟା କ୍ରିକେଟର ଡେଭିଡ ୱାର୍ଣ୍ଣର ମଧ୍ୟ ଫିଲ୍ମ'ପୁଷ୍ପା' ଏବଂ ଅଭିନେତାଙ୍କର ଜଣେ ବଡ଼ ପ୍ରଶଂସକ ଖାସ୍ ସେଥିପାଇଁ ସେ ଅଭିନେତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥ ଡେ ୱିସ୍ କରିଛନ୍ତି ।

ଅଭିନେତା ଆଲ୍ଲୁ ଅର୍ଜୁନ ନିଜ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ 'ପୁଷ୍ପା ୨: ଦ ରୁଲର୍'ର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ପୋଷ୍ଟରରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବା ପାଇଁ ମିଳୁଛି । ଆଲ୍ଲୁ ଅର୍ଜୁନ ପୋଷ୍ଟର ସେୟାର କରି ଲେଖିଛନ୍ତି, 'ପୁଷ୍ପା ୨: ଦ ରୁଲର୍'।












Click it and Unblock the Notifications