ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି। ଗୁରୁବାର ମୁମ୍ବାଇର କପୁର୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 40 ବର୍ଷ ବୟସ ହୋଇଥିଲା।

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି। ଗୁରୁବାର ମୁମ୍ବାଇର କପୁର୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 40 ବର୍ଷ ବୟସ ହୋଇଥିଲା। କୁହାଯାଇଛି ଯେ, ସିଦ୍ଧାର୍ଥଙ୍କର ହୃଦଘାତ ହୋଇଛି, ପରେ ତାଙ୍କୁ ଡାକ୍ତରଖାନା ଅଣାଯିବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

sidharth shukla death

ସିଦ୍ଧାର୍ଥ ଜଣେ ଲୋକପ୍ରିୟ ଟିଭି ତାରକା ଥିଲେ । ଟିଭି ସୋ "ବାଲିକା ବଧୁ"ରେ ସେ ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ । ସେ ବିଗ୍ ବସ୍ ର ବିଜେତା ମଧ୍ୟ ହୋଇଥିଲେ । ସେହିପରି ବଲିଉଡ ସୁପରହିଟ ଫିଲ୍ମ 'ହମ୍ପଟି ଶର୍ମାକି ଦୁଲହନିଆଁ' ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ 'ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩'ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ। ଏଥିସହ 'ଖତରୋଁ କେ ଖିଲାଡି ସିଜିନ୍‌-୭'ର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ।

୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ। ସେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୪ରୁ ସେ ଟେଲିଭିଜନରେ ଅଭିନେତା ଭାବେ ଡବ୍ୟୁ କରିଥିଲେ। ୨୦୦୮ରେ 'ବାବୁଲ କା ଆଙ୍ଗନ ଛୁଟେ ନା' ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଅଭିନେତା ଭାବେ ପ୍ରକୃତ ପରିଚୟ ପାଇଥିଲେ ଲୋକପ୍ରିୟ ଧାରାବାହିକ 'ବାଳିକା ବଧୂ'ରୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+