Get Updates
Get notified of breaking news, exclusive insights, and must-see stories!

ହାଇଦର କରୋନା ଆକ୍ରାନ୍ତ : ରିମାଣ୍ଡ ସ୍ଥଗିତ

ହାଇଦରର ଆରଟିସିପିଆର୍ ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ସେ କରୋନା ପଜେଟିଭ୍ ଥିବା ଜଣାପଡିଛି

କଟକ : ପୁଣି ପୁଲିସ ପାଇଁ ଚିନ୍ତା ବଢାଇଲା ହାଇଦର । ଗତକାଲି ତାକୁ ତେଲେଙ୍ଗାନାରୁ ଆଣିବା ପରେ କଟକ ଏସଡିଜେଏମ କୋର୍ଟରେ ହାଜର କରିଥିଲା କମିଶନରେଟ ପୋଲିସ । ଏହାପରେ ଚୌଦ୍ୱାର ଜେଲକୁ ପଠାଯାଇଥିଲା । କିନ୍ତୁ ଏହା ପୂର୍ବରୁ ହାଇଦରର ଆରଟିସିପିଆର୍ ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ସେ କରୋନା ପଜେଟିଭ୍ ଥିବା ଜଣାପଡିଛି । କରୋନା ପଜିଟିଭ ଜଣାପଡିବା ପରେ ହାଇଦରକୁ ଆଇସୋଲେସନ ସେଲରେ ରଖାଯାଇଥିବା ସୂଚନା ମିଳିଛି ।

ହାଇଦର

ସେହିପରି କମିଶନରେଟ ପୁଲିସ ହାଇଦରକୁ 10 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ 7 ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ଏସଡିଜେଏମ କୋର୍ଟ । ଏବେ ହାଇଦର କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏହି ରିମାଣ୍ଡକୁ ସ୍ଥଗିତ ରଖିଛି କମିଶନରେଟ୍ ପୁଲିସ ବୋଲି କହିଛନ୍ତି ପୁଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ । ହାଇଦରକୁ ଧରିବାକୁ ଯାଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+