ଗୁରୁ ପୂର୍ଣ୍ଣିମା କଣ ? : ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, କଣ କୁହେ ଗୁରୁ ପୂର୍ଣ୍ଣିମା ଓ ଗୁରୁ ଶିଷ୍ୟ ପରମ୍ପରା
ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।
ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା । ଏହାଙ୍କ ଔରସରେ ବିଚିତ୍ରବିର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ ।
ବ୍ୟାସଦେବଙ୍କ ଅନ୍ୟନାମ:-
ବେଦବ୍ୟାସ: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ । ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ । ପ୍ରଥମ ଦ୍ୱାପର ଯୁଗରେ ସ୍ୱୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ୱିତୀୟ ଦ୍ୱାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ୱାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ୱାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି । ସ୍ୱୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ୱତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଭୂମିକାରେ ଅବତିର୍ଣ୍ଣ ହୋଇଥାଆନ୍ତି ।
ଦ୍ୱୈପାୟନ: ଗଙ୍ଗା ନଦୀମଧ୍ୟସ୍ଥ ଦ୍ୱୀପରେ ଏହାଙ୍କ ଜନ୍ମ ହୋଇଥିବାରୁ ।
କୃଷ୍ଣ ଦ୍ୱୈପାୟନ: ଏହାଙ୍କ ଦେହର ବର୍ଣ୍ଣ କଳା ହୋଇଥିବାରୁ ଓ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିବାରୁ ।
କାନୀନ: ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବାରୁ ।
ସତ୍ୟଭାରତ: ମହାଭାରତର ପ୍ରଣେତା ହୋଇଥିବାରୁ ।
ପାରାଶର୍ଯ୍ୟ: ପରାଶରଙ୍କ ପୁତ୍ର ହୋଇଥିବାରୁ ।
ବାଦରାୟଣ:
ସତ୍ୟବ୍ରତ:
ସତ୍ୟରତ:
ଗୁରୁ ଶବ୍ଦର ଅର୍ଥ କଣ ?
'ଗୁ'ର ଅର୍ଥ ହେଉଛି ଅନ୍ଧକାର ଏବଂ 'ରୁ'ର ଅର୍ଥ ଏହାକୁ ରୋକୁଥିବା ବ୍ୟକ୍ତି।ର ଏହାର ଅର୍ଥ ଅନ୍ଧକାରକୁ ନାଶ କରୁଥିବା ବ୍ୟକ୍ତି । ଗୁରୁ ଆମକୁ ଅନ୍ଧକାରରୁ ନିବୃତ୍ତ କରି ଆଲୋକ ଆଡ଼କୁ ଅଗ୍ରସର କରାଇଥାଆନ୍ତି । ଗୁରୁ ପୂର୍ଣ୍ଣିମା ଦିନ ଲୋକେ ନିଜ ଗୁରୁଙ୍କ ପୂଜା କରିଥାଆନ୍ତି । ତାଙ୍କୁ ନିଜ ତରଫରୁ ବସ୍ତୁ ଆଦି ଦେଇଥାଆନ୍ତି । କେତେକ ଲୋକ ନିଜ ଦିବଂଗତ ଗୁରୁଙ୍କ ଚରଣ ପାଦୁକାକୁ ଧୂପ, ଦୀପ,ପୁଷ୍ପ ଆଦି ଦ୍ବାରା ପୂଜା କରିଥାଆନ୍ତି ଏବଂ ତାଙ୍କ ନାଁମ ବସ୍ତ୍ର ଏବଂ ଦକ୍ଷିଣା ଦାନ କରିଥାଆନ୍ତି ।
ସନ୍ତାନ ଜନ୍ମ ଦେବା କାର୍ଯ୍ୟ ମାଆ ବାପା କରନ୍ତି କିନ୍ତୁ ଜୀବନର ମାର୍ଗ ଦର୍ଶନ କରାଉଥିବା ଏବଂ ସଂସାର ବିଷୟରେ - ଅବଗତ କରାଉଥିବା ଗୁରୁ ଅଟନ୍ତି । ଗୁରୁଙ୍କ ବିନା ଜୀବନ ନିରର୍ଥକ । ଜୀବନର ଅଜ୍ଞାନତା ରୂପକ ଅନ୍ଧକାରକୁ ନାଶ କରି ପ୍ରକାଶ ଆଡ଼କୁ ଆମକୁ ଗୁରୁ ନେଇଥାଆନ୍ତି । ଏଥିପାଇଁ ଗୁରୁଙ୍କ ମହତ୍ତ୍ବକୁ ଦର୍ଶାଇ ମହାନ ସନୁ କବୀର ଦାସ କହିଛନ୍ତି- 'ଗୁରୁ ଗୋବିନ୍ଦ ଦୋଉ ଖଡ଼େ କାକେ ଲାଗୁ ପାୟ, ବଲିହାରୀ ଗୁରୁ ଆପନେ ଗୋବିନ୍ଦ ଦିୟୋ ମିଲାୟେ '। ଅର୍ଥାତ୍ ଭଗବାନଙ୍କଠାରୁ ଅଧୂକ ମହତ୍ତ୍ବପର୍ବ ସ୍ଥାନ ଗୁରୁଙ୍କର ହୋଇଥାଏ ।

ସନ୍ଥ କବୀର ଦାସ ଗୁରୁଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଛି ବୋଲି କହିଛନ୍ତି । ଏଥିପାଇଁ ସେ କହିଛନ୍ତି,'ହରି ରୁଠେ ଗୁରୁ ଠୋର ହେ, ଗୁରୁ ରୁଠେ ନହି ଠୋର'। ଅର୍ଥାତ ଭଗବାନ ରାଗିଲେ ଗୁରୁଙ୍କ ଶରଣ ରକ୍ଷା କରାଯାଇପାରିବ କିନ୍ତୁ ଗୁରୁ ରାଗିଲେ କେଉଁଠି ଶରଣ ମିଳିବା ସମ୍ଭବ ନୁହେଁ । ମହାମୁନି ଅତ୍ରିଙ୍କ ପତ୍ନୀ ତଥା ପରମ ସତୀ ଅନୁସୂୟାଙ୍କ ସତୀତ୍ଵ ପରୀକ୍ଷା ପାଇଁ ବ୍ରହ୍ମା ବିଷ୍ଣୁ ତଥା ଶିବ ସନ୍ନ୍ୟାସୀଙ୍କ ବେଶ ଧାରଣ କରିଥିଲେ ତଥା ତାଙ୍କୁ ନଗ୍ନ ହୋଇ ଭିକ୍ଷା ଦେବାକୁ କହିଥିଲେ । ମାଆ ଅନୁସୂୟା ନିଜ ପତିବ୍ରତା ଧର୍ମ ବଳରେ ସେହି ୩ଜଣ ବାଳକ କରି କ୍ଷୀର ପାନ କରାଇଥିଲେ । ୩ଜଣ ଦେବତା ସତୀ ଅନୁସୂୟାଙ୍କ ଗର୍ଭ ଠୁ ଜନ୍ମ ନେବାର ବଚନ ଦେବା ପରେ ଦୁର୍ବାସା ଶିବ ବିଷ୍ଣୁ ଦତ୍ତୋତ୍ରୟ ତଥା ବ୍ରହ୍ମା ଚନ୍ଦ୍ର ରୂପରେ ଜନ୍ମ ହୋଇଥିଲେ। ଭଗବାନ ଦତ୍ତୋତ୍ରୟ ପରମଯୋଗୀ ତଥା ଆଦିଗୁରୁ ଅଟନ୍ତି। ଦକ୍ଷିଣ ଭାରତ ତଥା ମହାରାଷ୍ଟ୍ରରେ ତାଙ୍କୁ ପୂଜା କରାଯାଏ। ଗୁରୁ ପୂର୍ଣ୍ଣିମାରେ ବିଶେଷ କରି ତାଙ୍କୁ ପୂଜା କରାଯାଇଥାଏ ।
ଗୁରୁ ଶିଷ୍ୟର ସମ୍ପର୍କ:-
ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଅନ୍ୟାନ୍ୟ ସଭ୍ୟତା ପାଇଁ ଅପରିଚିତ। ଏହା ଆମ ଐତିହ୍ୟର ଗଭୀରତାକୁ ସୂଚିତ କରିଥାଏ । ଗୁରୁ-ଶିଷ୍ୟ ସମ୍ପର୍କ ଆମ ଜୀବନର ଏକ ଅଂଶ। ପ୍ରାଚୀନ କାଳରୁ ଗୁରୁଙ୍କୁ ଭାରତୀୟ ସମାଜ ଦ୍ୱାରା ସର୍ବୋଚ୍ଚ ସ୍ଥାନ ଦିଆଯାଇଛି କାରଣ ଗୁରୁଙ୍କର ମହାନତାର ତୁଳନା ନାହିଁ । ସନ୍ଥ କବୀରଙ୍କ ଭାଷାରେ 'ଗୁରୁଙ୍କର ମହାନତା ଶତାବ୍ଦୀ, କିନ୍ତୁ ଶିଷ୍ୟ ମହା ଭାଗ୍ୟଶାଳୀ'।
ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି ଗୁରୁ। ଗୁରୁ କେବେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି। ବିଷ୍ଣୁ ସାଜି କରନ୍ତି ପରିପୁଷ୍ଟ। ଆଉ କେବେ ଶିବ ହୋଇ ଛାତ୍ର ଜୀବନରେ ଥିବା ଆବିଳତାର କରିଥାନ୍ତି ସଂହାର। ତେଣୁ ଗୁରୁଙ୍କୁ ତ୍ରିଦେବଙ୍କ ସ୍ବରୂପ ଭାବି କରାଯାଇଥାଏ ପୂଜା। ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ପୂଜ୍ୟପୂଜାର ଏହି ମହନୀୟ ପରମ୍ପରା
ଭାରତୀୟ ସାମାଜିକ ବ୍ୟବସ୍ଥାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ। ବୟସରେ ଛୋଟ ହୁଅନ୍ତୁ କି ବଡ଼, ଯିଏ ଶିକ୍ଷା ଦିଏ ସିଏ ଗୁରୁ ପଦବାଚ୍ୟ। ଶିକ୍ଷା ଗ୍ରହଣ କରୁଥିବା ଲୋକଟି ଶିଷ୍ୟ। ଭାରତରେ ଗୁରୁ-ଶିଷ୍ୟ ପରମ୍ପରା ଅତି ମହନୀୟ। ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚନାଟକ, ବିଦ୍ୟାଳୟରେ ନୃତ୍ୟନାଟିକା ପରିବେଷଣ ସମୟରେ ବୟସରେ ବଡ଼ ଅନେକଙ୍କୁ ଅଭିନୟ ଶିଖାଇବାର ସୁଯୋଗ ମିଳିଛି। ମଞ୍ଚକୁ ଓହ୍ଲାଇବାବେଳେ କଳାକାରମାନେ ପ୍ରଣାମ କରନ୍ତି। ସେହି କ୍ଷଣର ଅନୁଭୂତି ଅବର୍ଣ୍ଣନୀୟ। ଗୁରୁଙ୍କୁ ସମ୍ମାନଦେଲେ ଶିଷ୍ୟର ମାନବଢେ। ଏହି ସମ୍ମାନ ଆନ୍ତରିକ ହେଲେ ଗୁରୁଙ୍କ ମର୍ଯ୍ୟାଦା ବଢ଼ିଥାଏ।
ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଆବଶ୍ୟକତା ଅନନ୍ୟ। ଜଣେ ମାର୍ଗଦର୍ଶକ ଭାବେ ପିଲାମାନଙ୍କୁ ଭଲ ଦିଗ ଦେଖାଇବା, ଚରିତ୍ର ଗଠନ କରିବା ଶିକ୍ଷକଙ୍କ ପାଇଁ ବଡ଼ ଆହ୍ବାନ । ଏହାକୁ ଠିକଣା ଢଙ୍ଗରେ ତୁଲାଇ ପାରିଲେ ଶିକ୍ଷକତା ଜୀବନ ପରିପୂର୍ଣ୍ଣ ହୁଏ । ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନରେ ଯେଉଁ ଆନନ୍ଦ ମିଳେ, ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ ।
ଖାଲି ଏତିକି କୁହାଯାଇପାରେ, ଯେଉଁ ଶିଷ୍ୟ ଗୁରୁଙ୍କ ଯେତେ ନିକଟତର, ସେ ସେତିକି ସଫଳ। ପୂଜ୍ୟପୂଜାର ଏହି ପରମ୍ପରାକୁ ଆଗକୁ ନେବାକୁ ହେଲେ ଉଭୟ ଶିକ୍ଷକ ସମାଜ ଏବଂ ବିଦ୍ୟାର୍ଥୀଙ୍କୁ ଅନେକ କିଛି କରିବାକୁ ପଡ଼ିବ ।
ଶିକ୍ଷକଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର
ଗୁରୁ ଏବଂ ଶିଷ୍ୟ ମଧ୍ୟରେ ରହିଥିବା ସମ୍ପର୍କ ବ୍ୟାପକ। ଏହାକୁ ଭାଷାରେ ବ୍ୟକ୍ତ କରିବା କଷ୍ଟକର। ପୂର୍ବରୁ ଗୁରୁକୁଳରେ ଅଷ୍ଟାଦଶ ବିଦ୍ୟା ଶିକ୍ଷା ଦିଆଯାଇଥିଲା। ସମସ୍ତ ବିଷୟକୁ ଆୟତ୍ତ କରିବା ପରେ ସେ ଉତ୍ତମ ଛାତ୍ରର ମାନ୍ୟତା ପାଉଥିଲା ଏବଂ ଗୁରୁକୁଳ ଶିକ୍ଷା ସମାପନ ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିଲା। ଏ ସମସ୍ତ କାର୍ଯ୍ୟରେ ଗୁରୁଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡୁଥିଲା।
ଏବେକାର ସମୟରେ ଗୁରୁକୁଳ ପରମ୍ପରା ନାହିଁ। ସ୍କୁଲ ଶିକ୍ଷା ଆଧୁନିକ ହେଲାଣି। ଏହାସତ୍ତ୍ୱେ ଛାତ୍ରଜୀବନରେ ଶିକ୍ଷକଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଶିକ୍ଷକଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର।
ଗୁରୁ ଙ୍କ ଉଦ୍ଦେଶ୍ୟରେ କିଛି ପଦ:-
ସରସ ସୁନ୍ଦର ହୋଇ ଗଢି ଉଠେ ଆଦର୍ଶ ଜୀବନ। ଗୁରୁ ଶିଷ୍ୟ ପରମ୍ପରା ରହିଛି ଯୁଗ ଯୁଗ ଧରି. ଦେବତା ହୋଇ ଜନ୍ମିଲେ ବି ଗୁରୁ ନିହାତି ଜରୁରୀ।
ମରୁଥିବା ମନକୁ, ଡରୁଥିବା ପାଦକୁ ତାଗିଦ୍ ଆଉ ସ୍ନେହ ମିଶ୍ରିତ ଆଶା ବାଡି ଦେଇ ଯିଏ ସଫଳତାର ଗିରିଶୃଙ୍ଗ ଲଂଘିଯିବାକୁ ସାହସ ଦିଏ, ସିଏ ଗୁରୁ।
ଅଝଟରେ ବୁଝାମଣା, ଅଜଣାକୁ ଜଣାଶୁଣା କରାଇ ନିୟମର ତୂଳୀ ଧରି ଜୀବନର ଚିତ୍ର ଆଙ୍କିବା ଶିଖାଏ ଯିଏ, ସିଏ ଗୁରୁ।
ଏବେକାର ସମୟର ଗୁରୁ ଶିଷ୍ୟର ସମ୍ପର୍କ:-
ସମୟ ବଦଳିଛି, ଚାଟଶାଳୀ ଏବେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ସ୍ମାର୍ଟ କ୍ଲାସ ରେ ପରିଣତ ହୋଇଛି । ସରକାର ସମସ୍ତ ବ୍ୟବସ୍ଥା କୁ ଘରୋଇକରଣ କରିଛନ୍ତି। ଶିକ୍ଷା ବ୍ୟବସ୍ଥା ର ମଧ୍ୟ ଘରୋଇକରଣ ହୋଇଛି। ସମସ୍ତେ କୁହନ୍ତି ଘରୋଇକରଣ ଦ୍ବାରା ପାଠ ପଢା ରେ ପ୍ରତିଯୋଗିତା ବଢ଼ିଛି। ଘରୋଇ ଶିକ୍ଷା ଅନୁଷ୍ଠାନର ତୀକ୍ଷ୍ଣ ନଜର ପାଇଁ ପିଲାମାନେ ଭଲ ନମ୍ବର ମଧ୍ୟ ରଖୁଛନ୍ତି । ତେବେ ଅନେକାଂଶରେ ଏହା ଠିକ୍ ମଧ୍ଯ । ମାତ୍ର ଶିକ୍ଷା ବ୍ୟବସ୍ଥାର ଘରୋଇକରଣ ଯାଏଁ ହୁଏତ ଠିକ୍ ଥିଲା ହେଲେ ବିଡମ୍ବନା ହେଉଛି ଶିକ୍ଷା ବ୍ୟବସ୍ଥାର ଘରୋଇକରଣ ଯେତେବେଳେ ବ୍ୟବସାୟୀକରଣ ରେ ପରିଣତ ହୋଇଗଲା ସେତେବେଳେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଥିଲେ ।
ଏହି ବ୍ୟବସାୟୀକରଣ ପାଇଁ ପିଲାମାନେ ହୁଏତ ଶତ ପ୍ରତିଶତ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହେଉଛନ୍ତି, ହେଲେ ଶିକ୍ଷା ର ମାନଦଣ୍ଡ ଖସି ଖସି ଚାଲିଛି। ପାଠ୍ୟପୁସ୍ତକ ପାଠ୍ୟଖସଡା ସବୁ ସୁରୁଖୁରୁରେ ଚାଲିଛି, ମାତ୍ର ନୈତିକ ଶିକ୍ଷା ଚୁଲି ଆଡେ ଯାଉଛି । ସେଥିପାଇଁ ହୁଏତ ହତ୍ୟା, ଡକାୟତି, ଧର୍ଷଣ ଆଦି ଅପରାଧ ବଢ଼ି ବଢ଼ି ଚାଲିଛି । ଆପଣ ସମସ୍ତଙ୍କୁ ପବିତ୍ର ଗୁରୁ ପୂର୍ଣ୍ଣିମା ର ଅଭିନନ୍ଦନ ଜଣାଇବା ସହ, ଏତିକି ଅନୁରୋଧ କରିବି " ଶିକ୍ଷା ର ବ୍ୟବସାୟୀକରଣ କୁ ବିରୋଧ କରନ୍ତୁ । ପାଠ୍ୟ ପୁସ୍ତକ ପାଠ୍ୟଖସଡା ସହ ନୈତିକ ଶିକ୍ଷା କୁ ଗୁରୁତ୍ବ ଦେଲେ ହିଁ ଆମ ଆଗାମୀ ପିଢ଼ି ଏକ ସୁସ୍ଥ ବାତାବରଣ ରେ ଜୀବନ ଅତିବାହିତ କରି ପାରିବେ "।
ଉପସଂହାର:-
ସଂସାରର ସବୁକିଛି ଭିତରେ ଗୁରୁଙ୍କଦର୍ଶନ କରିହେବ । ସିଏ ଗଛଟିଏ ହେଉ ବା ମଣିଷଟିଏ, ସେ ପିମ୍ପୁଡିଟିଏ ହେଉ ବା ହାତୀଟିଏ । ଶିଖ୍ପାରିଲେ ସମସ୍ତଙ୍କ ଠାରୁ କିଛିନା କିଛି ଶିଖ୍ହେବ । ସେ କେତେବଡ ଗୁରୁ, ମହାଗୁରୁ, ସଦଗୁରୁ ହେଉନା କାହିକି ଇଶ୍ବରଙ୍କ ବ୍ୟତୀତ ଅନ୍ୟକେହି ସର୍ବିଜ୍ଞ ନୁହଁନ୍ତି ।ଆମକୁ ପ୍ରତିଦିନ କେହିନା କେହି କିଛିନା କିଛି ଶିଖେଇ ଦେଇଯାଏ । କିଏ ଖୁସିଦେଇ ଶିଖାଏ ଆଉ କିଏ ଧୋକାଦେଇ, ଦୁଃଖଦେଇ ଅନେକ ଗଭୀର ଜ୍ଞାନ ଦେଇ ଯାଏ । ସେଇ ସବୁ ଗୁରୁ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ହୃଦୟରୁ ଧନ୍ୟବାଦ୍।
। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମେ ଶ୍ରୀ ଗୁରବେ ନମଃ।। ଗୁରୁ ହିଁ ସର୍ବସ୍ବ ଗୁରୁ ଙ୍କୁ ସବୁବେଳେ ସମ୍ମାନ ଓ ଭକ୍ତି କରିବା ଉଚିତ୍। କିନ୍ତୁ ଆଜି କାଲି ଡିଜିଟାଲ ଦୁନିଆରେ କେହି କାହାକୁ ମାନୁ ନାହାଁନ୍ତି। ସବୁ ଭାବୁଛନ୍ତି ଆମେ ଆମର ଗୁରୁ ଆମେ ଆମର ମାଲିକ୍। ଆମେ ସବୁ ଜାଣିଛୁ କାହାର କିଛି ଦରକାର୍ ନାହିଁ ଆମ ଜୀବନରେ। କିନ୍ତୁ ମୁଁ କହିବି ଆମ ଜୀବନରେ ଆମ ସଂପର୍ଶ ରେ ଆମକୁ ଯିଏ ଆମ ଭୁଲରେ କହିଥାଏ ତାକୁ ହିଁ ସବୁବେଳେ ମନେ ରଖିବା ଉଚିତ୍। କାହିଁକି ନା ସେ ଆମ ଗୁରୁ ସେଇ ସମୟରେ ଯେତେବେଳେ ସେ ଆମ ଭୁଲ୍ ରୁ ଆମକୁ ଠିକ୍ କୁ ଆଣିଲା।












Click it and Unblock the Notifications