Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ସରସ୍ଵତୀ ପୂଜା, ଆସନ୍ତୁ ଜାଣିବା ଏହି ପୂଜାର ମହତ୍ଵ ଏବଂ ପୌରଣିକ କଥା

ମାଘ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପାଳନ ହୁଏ ପବିତ୍ର ସରସ୍ଵତୀ ପୂଜା । ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପୂଜା ଅତ୍ୟନ୍ତ ପବିତ୍ର ତଥା ବେଦ ସମ୍ମତ ଅଟେ । ହିନ୍ଦୁ ସଂସ୍କୃତିରେ ମା ସରସ୍ଵତୀଙ୍କୁ ସିଦ୍ଧିଦାତ୍ରୀ, କଳାର ଅଧିଷ୍ଠାତ୍ରୀ ତଥା ବିଦ୍ୟା ଦାୟିନୀ ଭାବରେ ପୂଜା କରାଯାଏ। ବସନ୍ତ ମାସର ପଞ୍ଚମୀ ତିଥିରେ ପଡୁଥିବା ଯୋଗୁ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ ଅବିହିତ କରାଯାଏ।

Saraswati puja

ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା ସ୍ୱତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।

ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି ।

ସରସ୍ଵତୀ ପୂଜାର ପୌରଣିକ କାହାଣୀ:

ପୌରାଣିକ ଗ୍ରନ୍ଥଗୁଡ଼ିକରେ ବସନ୍ତ ପଞ୍ଚମୀ ସମ୍ବନ୍ଧରେ ଅନେକ କାହାଣୀ ଅଛି । ଉପନିଷଦରେ ବର୍ଣ୍ଣିତ ଏକ କାହାଣୀ ଅନୁଯାୟୀ ବ୍ରହ୍ମା ମନୁଷ୍ୟ ସହିତ ସମସ୍ତ ଜୀବ ସୃଷ୍ଟି କରିଥିଲେ, କିନ୍ତୁ ସେ ତାଙ୍କ ସୃଷ୍ଟିରେ ସନ୍ତୁଷ୍ଟ ନଥିଲେ। ଏହି ସମସ୍ୟାର ସମାଧାନ ପାଇଁ ବ୍ରହ୍ମା ପ୍ରଭୁ ବିଷ୍ଣୁଙ୍କୁ ସ୍ମରଣ କଲେ। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କ ନିରାଶାର କାରଣ ପ୍ରଶ୍ନ କରନ୍ତେ, ବ୍ରହ୍ମା କହିଲେ, "ପ୍ରଭୁ, ଏହି ସୃଷ୍ଟିରେ ସମସ୍ତ ଜଗତ ନିରାଶ ମନେ ହେଉଛି, କୌଣସି ସରସତା ନାହିଁ ଏଥିରେ।" ଏହି କଥା ଶୁଣିବା ପରେ ଶ୍ରୀହରି ମା ଭଗବତୀଙ୍କୁ ଡାକି ଏହି ସଙ୍କଟକୁ ଦୂର କରିବା ପାଇଁ ଅନୁରୋଧ କଲେ । ଦେବତା ମାନେ ଚିନ୍ତିତ ଥିବା ଦେଖି ବୀଣା ବାଦିନୀ ମା ସରସ୍ୱତୀ ଆଦିଶକ୍ତି ମା ଭାଗବତୀଙ୍କ ଉଜ୍ଜ୍ୱଳତାରୁ ଜନ୍ମ ହୋଇଥିଲେ । ମାତା ଭଗବତୀଙ୍କ ଶରୀରରୁ ଏହା ଦେଖାଯିବା ମାତ୍ରେ ମାତା ସରସ୍ୱତୀ ଏକ ସୁମଧୁର ସଙ୍ଗୀତ ଗାନ କରିଥିଲେ ଯେଉଁଥିପାଇଁ ଦୁନିଆର ସମସ୍ତ ଜୀବଜନ୍ତୁ ସ୍ୱର ପାଇଥିଲେ ଏବଂ ଚାରିଆଡେ ଚଞ୍ଚଳତା ଶୋଭା ପାଇଥିଲା। ଧାର୍ମିକ ଗ୍ରନ୍ଥରେ ଏହା କୁହାଯାଏ, ସେବେଠାରୁ ଏହି ଦିନ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଉଥିଲା ।

ସରସ୍ଵତୀ ପୂଜା ଶୁଭ ବେଳା:
ବସନ୍ତ ପଞ୍ଚମୀ: 5 ଫେବୃଆରୀ, 2022
ପୂଜାର ଶୁଭ ମୂହୁର୍ତ୍ତ: ସକାଳ 7.07 ଠାରୁ ମଧ୍ୟାହ୍ନ 12.35 ପର୍ଯ୍ୟନ୍ତ
ପଞ୍ଚମୀ ତିଥି ପ୍ରାରମ୍ଭ: ଶୁକ୍ରବାର ରାତ୍ରିର ଶେଷ ପ୍ରହାର ଅର୍ଥାତ ପାହାନ୍ତିଆ 3.47 ଠାରୁ
ପଞ୍ଚମୀ ତିଥି ସମାପନ: 6 ଫେବୃଆରୀ ସକାଳ 3.47ରେ
ସିଦ୍ଧି ଯୋଗ: ସକାଳୁ ସନ୍ଧ୍ଯା 5.42 ମିନିଟ ପର୍ଯ୍ୟନ୍ତ
ରବି ଯୋଗ: ସନ୍ଧ୍ଯା 4.09 ମିନିଟରୁ 6 ଫେବୃଆରୀ ସକାଳ 7.06 ପର୍ଯ୍ୟନ୍ତ

ମା ସରସ୍ଵତୀଙ୍କ ବନ୍ଦନା:

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ଵେତ ପଦ୍ମାସନା
ଯା ବୀଣା ବରଦଣ୍ଡ ମଣ୍ଡିତକରା, ଯା ଶୁକ୍ଲ ବସ୍ତ୍ରାନ୍ଵିତା
ଯା ବ୍ରହ୍ମାଚ୍ୟୁତଶଙ୍କର ପ୍ରଭୃତିଭିଃ ଦେବୈଃ ସଦା ବନ୍ଦିତା
ସା ମାଂ ପାତୁ ସରସ୍ଵତୀ ଭଗବତୀ ନିଃଶେଷ ଜାଡ୍ୟାପହା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+