ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ପଶ୍ଚିମ ଏସିଆ ବିବାଦ ପରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦେଶରେ ପେଟ୍ରୋଲ ଡିଜେଲ ଦର୍ ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ତୈଳ ଦର ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪ ଟଙ୍କା ୭୭ ପଇସାରୁ ବୃଦ୍ଧି ପାଇ ୯୭ ଟଙ୍କା ୭୭ ପଇସାରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮୭ ଟଙ୍କା ୬୭ ପଇସାର ବୃଦ୍ଧି ପାଇ ୯୦ ଟଙ୍କା ୬୭ ପଇସାରେ ପହଞ୍ଚିଛି ।

ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୮୩ ପଇସାରୁ ୩ ଟଙ୍କା ୨୯ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ କୋଲକାତାରେ ଗ୍ରାହକଙ୍କୁ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୭୪ ପଇସାର ଦେବାକୁ ପଡ଼ିବ । ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୦୬ ଟଙ୍କା ୬୮ ପଇସା, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୧୦୩ ଟଙ୍କା ୬୭ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଡିଜେଲ ଲିଟର ପିଛା ଦର କୋଲକାତାରେ ୯୩ ଟଙ୍କା୧୪ ପଇସା, ମୁମ୍ବାଇରେ ୯୩ ଟଙ୍କା ୧୪ ପଇସା ଓ ଚେନ୍ନାଇରେ ୯୫ ଟଙ୍କା ୨୫ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ସିଏନ୍ଜି ଦର କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି ପାଇଛି। ଗତକାଲି ସିଏନ୍ଜି ଦର କିଲୋ ପିଛା ୮୫ ଟଙ୍କା ଥିବାବେଳେ ଆଜି ଏହା ୮୭ ଟଙ୍କାରେ ପହଞ୍ଚିଛି। ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଓ ପଶ୍ଚିମ ଏସିଆର ପରିସ୍ଥିତି ଖରାପ ହେବା ସତ୍ତ୍ୱେ ଭାରତରେ ଏପର୍ଯ୍ୟନ୍ତ ଖୁଚୁରା ଇନ୍ଧନ ମୂଲ୍ୟ ବୃଦ୍ଧି ପାଇନଥିଲା।












Click it and Unblock the Notifications