ସରକାରୀ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଇକୋନୋମିକ୍ ସେଲ୍ଫ-ଡିଫେନ୍ସ’ ମନ୍ତ୍ର, ଏଣିକି ନିଜ ଗାଡ଼ି ନୁହେଁ, ବସ୍ ଓ ମେଟ୍ରୋରେ ଯିବେ

ସରକାରୀ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ 'ଇକୋନୋମିକ୍ ସେଲ୍ଫ-ଡିଫେନ୍ସ' ମନ୍ତ୍ର । ଏଣିକି ନିଜ ଗାଡ଼ି ନୁହେଁ, ବସ୍ ଓ ମେଟ୍ରୋରେ ଯିବେ ଅଫିସ! । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଶକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ଇକୋନୋମିକ୍ ସେଲ୍ଫ-ଡିଫେନ୍ସ" ବା ଅର୍ଥନୈତିକ ଆତ୍ମରକ୍ଷା ଆହ୍ଵାନକୁ ସଫଳ କରିବା ପାଇଁ ଏବେ ସରକାରୀ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଗାଡ଼ି ପରିବର୍ତ୍ତେ ଜନସାଧାରଣ ପରିବହନ ବ୍ୟବହାର କରିବାକୁ କୁହାଯାଇଛି । ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହେଉଛି । ବିଦେଶୀ ତେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ସରକାର ଏହି ମିତବ୍ୟୟିତା ପଦକ୍ଷେପ ଗ୍ରହଣ କରିଛନ୍ତି ।

PM s

ସରକାରୀ କର୍ମଚାରୀ ରହୁଥିବା କଲୋନୀଗୁଡ଼ିକରୁ ଅଫିସ ଯିବା ପାଇଁ ସ୍ୱତନ୍ତ୍ର ବସ୍ ରୁଟ୍ ଏବଂ ସମୟ ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ବସ୍ ସେବାଗୁଡ଼ିକ କର୍ମଚାରୀଙ୍କୁ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ସହଜରେ ପହଞ୍ଚାଇବ, ଯାହାଦ୍ୱାରା ସେମାନେ ନିଜ କାର୍ ବା ବାଇକ୍ ବଦଳରେ ମେଟ୍ରୋ ଏବଂ ବସ୍ ବ୍ୟବହାର କରିବାକୁ ଆଗ୍ରହୀ ହେବେ । ଏହି ପଦକ୍ଷେପ ଦ୍ୱାରା କେବଳ ସରକାରଙ୍କ ଖର୍ଚ୍ଚ କମିବ ନାହିଁ, ବରଂ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ମନ୍ତ୍ରଣାଳୟର ନିର୍ଦ୍ଦେଶକ ଯୋଗେଶ ଆନ୍ତିଲଙ୍କ ଦ୍ୱାରା ଜାରି ଏହି ଅଫିସ୍ ମେମୋରାଣ୍ଡମ୍ ରେ ସମସ୍ତ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+