ଭବନେଶ୍ବର: ଆସନ୍ତାକାଲି ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହେବ । ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟଡାଉନ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ । ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ କଟକଣା କୋହଳ ହେବ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଏହି ସୂଚନା ଦେଇଛନ୍ତି । ଏହି ସମୟରେ ଲୋକେ ସାଇକେଲିଂ, ଜଗିଂ ଓ ମର୍ଣ୍ଣିଂ ୱାର୍କ କରିପାରିବେ । ସକାଳ ୫ଟାରୁ ୬ଟା ଯାଏଁ କଟକଣା କୋହଳ ରହିବ ।
ସଟଡାଉନ ମଧ୍ୟରେ ଘଣ୍ଟାଏ ମିଳିବ ଆଶ୍ୱସ୍ଥି; ଜାଣନ୍ତୁ, କେଉଁ ସମୟରେ କୋହଳ ହେବ କଟକଣା ?
ସୂଚନାଥାଉ କି, ଆସନ୍ତାକାଲିଠୁ ସହରାଞ୍ଚଳରେ ଆରମ୍ଭ ହେବ ସପ୍ତାହାନ୍ତ ସଟଡାଉନ। ପୂର୍ବ ନିଷ୍ପତ୍ତି ମୁତାବକ୍ ବନ୍ଦ ରହିବ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ । ଆଜି ରାତି ୯ ଟାରୁ ନାଇଟକର୍ଫ୍ୟୁ ସହ ସୋମବାର ସକାଳ ୫ ଟା ଯାଏଁ ବନ୍ଦ ରହିବ ଚଳାଚଳ । ସେପଟେ ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରିବାକୁ ମନା ହୋଇଛି । ମେଡ଼ିକାଲ, ବିଦ୍ୟୁତ୍, ଜଳ ଯୋଗାଣ, କନଷ୍ଟ୍ରକସନ୍ ଗଣମାଧ୍ୟମ, କାମ ଭଳି ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରିବେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
ସଟଡାଉନ ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧା ପ୍ରାପ୍ତ ନହୁଏ ସେ ସବୁ ଦୃଷ୍ଟି ଦିଆଯାଇଛି । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍ ଅନ୍ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।