କରୋନାର କରାଳ ରୂପ, ଦଶ ଦିନରେ ଚାଲିଗଲା ସ୍ୱାମୀ-ଶାଶୁ ଓ ଶ୍ୱଶୁରଙ୍କ ଜୀବନ

ବାପା-ମା, ପୁଅ-ବୋହୂ ଓ ନାତି ସହିତ ଏକ ପରିବାରରେ 5 ଜଣ ସଦସ୍ୟ ଥିଲେ । ପରିବାରର 4 ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କ ଭିତରୁ 3 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଇନ୍ଦୋର : କରୋନା ମହାମାରୀ ଏଯାଏଁ ଅନେକ ଜୀବନ ନେଇ ସାରିଲାଣି । ଏହା କାହାର ଘର ଛଡାଇ ନେଇ ଯାଇଛି ତ ଆଉ କାହା ମଥାରୁ ସିନ୍ଦୁର ପୋଛି ଦେଇଛି । ପୁଣି ଏକ ହୃଦୟବିଦାରଙ୍କ ଘଟଣା ସାମ୍ନାକୁ ଆସିଛି ।

ବାପା-ମା, ପୁଅ-ବୋହୂ ଓ ନାତି ସହିତ ଏକ ପରିବାରରେ 5 ଜଣ ସଦସ୍ୟ ଥିଲେ । ପରିବାରର 4 ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କ ଭିତରୁ 3 ଜଣଙ୍କର ମୃତ୍ୟୁ ହୋଇସାରିଛି । 10 ଦିନ ଭିତରେ ପରିବାର 86 ବର୍ଷୀୟ ପାଦ୍ରି ଏଜେ ସାମୁଏଲ, ତାଙ୍କର 83 ବର୍ଷୀୟ ପତ୍ନୀ କୁଞ୍ଜମ୍ମା ସାମୁଏଲ ଓ ପୁଅ ଜନସନ୍ ସାମୁଏଲଙ୍କ କରୋନାରେ ମୃତ୍ୟୁ ହୋଇଛି । ତେବେ ଜନସନଙ୍କ ପତ୍ନୀ ଶୋବି ଜନସନ୍ ଆଇସୋଲେଟେଡ୍ ଓ ତାଙ୍କର ପୁଅ ଫିଲୋମନ୍ ଜନସନ୍ କରୋନା ସଂକ୍ରମିତ ଏବଂ ତାଙ୍କର ଚିକିତ୍ସା ଚାଲିଛି ।

କରୋନା

ସୂଚନା ଅନୁସାରେ, ମାର୍ଚ୍ଚ ଶେଷ ସପ୍ତାହରେ ପାଦ୍ରିଙ୍କ ପୁଅ ଜନସନଙ୍କୁ ହାଲକା ଜର ହୋଇଥିଲା । ସଫ୍ଟଓ୍ବେୟାର ଇଞ୍ଜିନିୟର ଥିବା ଜନସନ୍ ସାମୁଏଲ ଜର ମେଡିସିନ୍ ଖାଇଥିଲେ । ତେବେ ପରେ ଦେହ ଭଲ ହୋଇନଥିଲା । ତା ପରେ ସେ ଯେତେବେ​‌ଳେ କରୋନା ଯାଞ୍ଚ କରିଥିଲେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ କୋଭିଡ୍ ଯାଞ୍ଚ କରିଥିଲେ । ଯେଉଁଥିରେ 56 ବର୍ଷୀୟ ଶୋବିଙ୍କୁ ଛାଡି ବାକି ତିନି ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା ।

ଦେହ ଖରାପ ହେବା କାରଣରୁ 2 ଅ​‌ପ୍ରେଲରେ ଜନସନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 3 ଅପ୍ରେଲରେ ଜନସନଙ୍କ ବାପା ଓ 6 ଅପ୍ରେଲରେ ମାଙ୍କୁ ଭର୍ତ୍ତି କରାଯାଇଥିଲା । ତିନି ଜଣଙ୍କର ଚିକିତ୍ସା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା ମାତ୍ର କେହି ବି ବଞ୍ଚିପାରିଲେନି । 7 ଅପ୍ରେଲରେ ପାଦ୍ରୀ ଏଜେ ସାମୁଏଲ, 16 ଅପ୍ରେଲରେ ଜନସନ୍ ଓ 17 ଅପ୍ରେଲରେ ଜନସନଙ୍କ ମା' କୁଜମ୍ମାଙ୍କର ମୃତ୍ୟୁ ହୋଇଥିଲା । ଶୋବି 16 ଲକ୍ଷରୁ ଅଧିକ ଟଙ୍କା ହସ୍ପିଟାଲରେ ବିଲ୍ ଦେବାପରେ ନିଜର ପରିବାର ଲୋକଙ୍କୁ ବଞ୍ଚାଇ ପାରିନଥିଲେ । ଏବେ ତାଙ୍କ ପୁଅ କରୋନା ସଂକ୍ରମିତ ଅଛନ୍ତି, ତାଙ୍କର ଚିକିତ୍ସା ଚାଲିଛି । ଏବେ ଶୋବି ନିଜର ଘରେ ଆଇସୋଲେଟ୍ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+