ବିଶ୍ୱକପ ରୋମାଞ୍ଚ; ଆଜି ଭାରତ-ନେଦରଲାଣ୍ଡ୍ସ ମୁକିବାଲା
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ଭାରତ ଓ ନେଦରଲାଣ୍ଡ୍ସ ପରସ୍ପରକୁ ଭେଟିବେ । ପ୍ରଥମ ୩ଟି ମ୍ୟାଚ ଜିତି ସୁପର-୮ ରାଉଣ୍ଡ୍ରେ ପ୍ରବେଶ କରିସାରିଥିବା ଭାରତ ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ । ନେଦରଲାଣ୍ଡ୍ସ ସ୍ୱଦେଶ ଫେରିବା ପୂର୍ବରୁ ଦଳ ଶେଷ ଲିଗ୍ ମ୍ୟାଚକୁ ସ୍ମରଣୀୟ କରିବାକୁ ପ୍ରୟାସ କରିବ । ଏହି ମ୍ୟାଚରେ ଭାରତର ପଲା ଭାରି ରହିଥିଲେ ହେଁ ନେଦରଲାଣ୍ଡ୍ସକୁ ହାଲକା ଭାବେ ନେବା ଭାରି ପଡ଼ିପାରେ । ମ୍ୟାଚରେ ଆଜି ଅଭିଷେକଙ୍କ ଉପରେ ନଜର ରହିବ । ଆମେରିକା ଏବଂ ପାକିସ୍ତାନ ବିପକ୍ଷରେ ନିରାଶ କରିଥିଲେ । ଏହି ମ୍ୟାଚରେ ସେ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ବିଶ୍ୱକପରେ ଭାରତର ଏହା ଚତୁର୍ଥ ମ୍ୟାଚ ।

ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସ ବିଜୟ ଦ୍ୱାରରେ ପହଞ୍ଚିଥିଲେ ହେଁ ଫହିମ ଅସ୍ରଫଙ୍କ କ୍ୟାଚ୍ ଛାଡ଼ି ପରାଜିତ ହୋଇଥିଲା । ଏହି କ୍ୟାଚ୍ ଧରିଥିଲେ ନେଦରଲାଣ୍ଡ୍ସ ଆଜି ସୁପର-୮ ରାଉଣ୍ଡ ଦୌଡ଼ରେ ରହିଥାନ୍ତା । ଅନ୍ତର୍ଜାତୀୟ କ୍ରିକେଟ୍ରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି । ଭାରତ ସମସ୍ତ ମ୍ୟାଚ ଜିତିଛି । ଭାରତ ଏହି ମ୍ୟାଚ ଜରିଆରେ ସୁପର-୮ ରାଉଣ୍ଡ୍ ପୂର୍ବରୁ ଅହମ୍ମଦାବାଦ ପିଚ୍ ସହ ପରିଚିତ ହେବା ଜରୁରି । କାରଣ ୨୨ ତାରିଖ ଦିନ ଭାରତ ଏହି ଗ୍ରାଉଣ୍ଡ୍ରେ ଗତ ସଂସ୍କରଣର ରନର୍ସ ଅପ୍ ଦକ୍ଷିଣ ଆଫ୍ରିକାକୁ (ସୁପର-୮) ଭେଟିବ । ଉଭୟ ଦଳ ଏକାଦଶରେ ସେଭଳି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ ।
ଭାରତ ବ୍ୟାଟିଂ ବିଭାଗକୁ ଅପରିବର୍ତ୍ତିତ ରଖିବା ନିଶ୍ଚିତ । କେବଳ କୁଲଦୀପ ଯାଦବଙ୍କ ସ୍ଥାନରେ ଅର୍ଶଦୀପ ସିଂହ ଏକାଦଶକୁ ଫେରିପାରନ୍ତି । ଆଜିର ମ୍ୟାଚ୍ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ତଥାପି ପେସ୍ ବୋଲରମାନେ ପିଚ୍ର ଫାଇଦା ଉଠାଇ ପାରିବେ । ଭାରତ ଖେଳିଥିବା ୩ଟି ଯାକ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲା । ଆଜି ପ୍ରଥମେ ବ୍ୟାଟିଂ ମିଳିଲେ ବିଶାଳ ସ୍କୋର ପାଇଁ ଭାରତ ପ୍ରୟାସ କରିବ । ରାତ୍ରିରେ ମ୍ୟାଚ ରହିଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।












Click it and Unblock the Notifications