ବିଶ୍ଵକପରେ ଓ୍ଵେଷ୍ଟଇଣ୍ଡିଜର ମହାବିଜୟ, ଜିମ୍ବାଓ୍ଵେକୁ ୧୦୭ ରନରେ ଦେଲା ମାତ୍
ପ୍ରଥମେ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ। ପୁଣି ବୋଲରଙ୍କ ଘାତକ ବୋଲିଂ। ଓ୍ଵେଷ୍ଟଇଣ୍ଡିଜ ସୋମବାର ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ ମ୍ୟାଚରେ ଜିମ୍ବାଓ୍ଵେକୁ ୧୦୭ ରନରେ ହରାଇଛି। ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜ ୨୫୫ ରନର ବିଜୟ ଲକ୍ଷ୍ୟ ରକିଥିଲା। ଜବାବରେ ଜିମ୍ବାଓ୍ଵେ ୧୭.୪ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ଟି-୨୦ ବିଶ୍ଵକପରେ ରନ ଦୃଷ୍ଟିରୁ ଜିମ୍ବାଓ୍ଵେର ଏହା ସବୁଠୁ ବଡ଼ ପରାଜୟ। ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ଵିତୀୟ ସବୁଠୁ ବଡ଼ ବିଜୟ ହାସଲ କରିଛି। ଜିମ୍ଵାଓ୍ଵେ ପକ୍ଷରୁ ବ୍ରାଡ ଇଭାନ୍ସ ସର୍ବାଧିକ ୪୩ ରନ କରିଛନ୍ତି। ଅଧିନାୟକ ସିକନ୍ଦର ରଜା ୨୭ ରନ କରିଥିଲେ। ଓ୍ଵେଷ୍ଟଇଣ୍ଡିଜ ପାଇଁ ଗୁଡାକେଶ ମୋତି ୪ଟି ଓ ଅକିଲ ହୁସେନ ୩ଟି ଓ୍ଵିକେଟ୍ ନେଇଛନ୍ତି ।

୨୫୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ତାଡିଓ୍ଵାନ୍ସେ ମାରୁମନି ୧୪ ରନ ଓ ବ୍ରିଆନ ବେନେଟ୍ ୫ ରନ କରି ଆଉଟ୍ ହୋଇଥିଲେ। ଡିୟନ ମେୟର୍ସ ୨୮ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଅଧିନାୟକ ସିକନ୍ଦର ରଜା ୨୭ ରନ କରିଥିଲେ ହେଁ ତାହା ଯଥେଷ୍ଟ ନ ଥିଲା। ଶେଷ ଆଡ଼କୁ ବ୍ରାଡ ଇଭାନ୍ସ ଧୂଆଁଧାର ବ୍ୟାଟିଂ କରି ୨୧ ବଲରୁ ୨ ଚୌକା ଓ ୫ ଛକା ସହ ୪୩ ରନ କରିଥିଲେ। ଫଳରେ ଦଳ ୧୪୭ ରନ କରି ପାରିଥିଲା। ଆଉ ମ୍ୟାଚକୁ ଓ୍ଵେଷ୍ଟଇଣ୍ଡିଜ ୧୦୭ ରନରେ ଜିତି ନେଇଛି। ଓ୍ଵେଷ୍ଟଇଣ୍ଡିଜ ପାଇଁ ଗୁଡାକେଶ ମୋତି ୪ଟି ଓ ଅକିଲ ହୁସେନ ୩ଟି ଓ୍ଵିକେଟ୍ ନେଇଛନ୍ତି।
ଓ୍ଵେଷ୍ଟଇଣ୍ଡିଜ ଇନିଂସ
ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜର ଆରମ୍ଭ ଭଲ ନଥିଲା। ଓପନର୍ ବ୍ରାଣ୍ଡନ୍ କିଙ୍ଗ ୧୨ ବଲରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ଶାଇ ହୋପ୍ ମଧ୍ୟ ମାତ୍ର ୧୪ ରନ କରି ବିଦାୟ ନେଇଥିଲେ। ଏହା ପରେ ସିମରନ ହେଟମାୟର ଏବଂ ରୋଭମାନ ପାୱେଲ୍ ଜିମ୍ବାୱେ ବୋଲରଙ୍କୁ ପ୍ରହାର କରିଥିଲେ। ହେଟମାୟର ମାତ୍ର ୨୨ ବଲ୍ ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟି-୨୦ ବିଶ୍ୱକପରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ବ୍ୟାଟର ହୋଇଛନ୍ତି।
ସିମରନ୍ ହେଟମାୟର ମାତ୍ର ୩୪ ବଲରେ ୮୫ ରନ୍ କରିଥିଲେ। ଏଥିରେ ୭ ଚୌକା ଏବଂ ୭ ଛକା ସାମିଲ। ରୋଭମାନ ପାୱେଲ୍ ୩୫ ବଲ୍ରେ ୫୯ ରନ୍ କରିଥିଲେ। ଏହି ଇନିଂସରେ ସେ ୪ ଚୌକା ଏବଂ ୪ ଛକା ମାରିଥିଲେ। ରୋମାରିଓ ସେଫର୍ଡ ୧୦ ବଲରେ ୨୧ ରନ୍ କରିଥିଲେ, ଯେଉଁଥିରେ ୩ ଛକା ସାମିଲ ଥିଲା। ଜାସନ୍ ହୋଲଡର ୪ ବଲରେ ୨ ଛକା ସହ ୧୩ ରନ୍ କରି ଆଉଟ୍ ହୋଇଥିଲେ। ସେରଫନ ରଥରଫୋର୍ଡ ୧୩ ବଲ୍ରେ ୩୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଏବଂ ୨ ଛକା ସାମିଲ। ୱେଷ୍ଟଇଣ୍ଡିଜ୍ ନିଜ ଇନିଂସରେ ୧୬ ଚୌକା ଓ ୧୯ ଛକା ମାରିଥିଲା। ଶେଷରେ ଓ୍ଵେଷ୍ଟଇଣ୍ଡିଜ ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଛି।
-
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK





Click it and Unblock the Notifications