'ବିରାଟ' ନିଷ୍ପତ୍ତି: ବିଶ୍ୱକପ ପରେ ଟି-20 ଅଧିନାୟକ ପଦ ଛାଡିବେ କୋହଲି
ଟି-20 ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଆଗାମୀ ଟି-20 ବିଶ୍ୱକପ୍ ପରେ ଫଟାଫଟ୍ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବିରାଟ୍ ।
Virat Kohli T20 Captainship: ଟି-20 ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଆଗାମୀ ଟି-20 ବିଶ୍ୱକପ୍ ପରେ ଫଟାଫଟ୍ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବିରାଟ୍ । ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଅକ୍ଟୋବର 17 ରୁ ୟୁଏଇରେ ଖେଳାଯିବାକୁ ଥିବା ଟି -20 ବିଶ୍ୱକପ ପରେ ସେ ଭାରତ ପାଇଁ ଟି -20 ଫର୍ମାଟର ଅଧିନାୟକତ୍ୱରୁ ଇସ୍ତଫା ଦେବେ ଏବଂ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବା ଜାରି ରଖିବେ ବୋଲି ଟ୍ବିଟଟରେ ଲେଖିଛନ୍ତି ।

ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଖବର ଏହି ସପ୍ତାହରେ ଚର୍ଚ୍ଚାରେ ରହିଥିଲା । ଏହା ପରେ ବିସିସିଆଇ ସଚିବ ଜୟ ଶାହା ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ, ସେ ବର୍ତ୍ତମାନ ତିନିଟି ଫର୍ମାଟରେ ଦଳର ନେତୃତ୍ୱ ନେବେ । ମାତ୍ର ଆଜି ଏହାକୁ ସତ ପ୍ରମାଣିତ କରିଛନ୍ତି ନିଜେ କ୍ୟାପଟେନ୍ କୋହଲି ।
ତେବେ ସେ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଦଳର ପ୍ରତିନିଧିତ୍ୱ କରିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ପଦ ଛାଡିବା ନେଇ କୋଚ୍ ରବି ଶାସ୍ତ୍ରୀ, ଉପ ଅଧିନାୟକ ରୋହିତ ଶର୍ମା ଏବଂ ଅନେତ ବ୍ୟକ୍ତିଙ୍କ ସହ ଆଲୋଚନା କରିଛି । ଏହି ନିଷ୍ପତ୍ତି ସମ୍ପର୍କରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହାଙ୍କୁ ସେ ଜଣାଇଥିବା କୋହଲି କହିଛନ୍ତି ।












Click it and Unblock the Notifications