'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି
ପ୍ରଥମେ ଟି୨୦ବିଶ୍ୱକପ ନ ଖେଳିବାକୁ ଜିଦ୍ । ପରେ ଭାରତ ସହ ମୁକାବିଲା ନଖେଳିବା ପାଇଁ ବାହାନା । ସବୁ ନାଟକବାଜି ପରେ ଟିମ୍ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ରାଜି । କିନ୍ତୁ ପରିଣାମ ସମାନ । ହାରିଲା ଟିମ୍ । ଖାଲି ଭାରତ ବିପକ୍ଷରେ ନୁହେଁ, ଟି୨୦ବିଶ୍ୱକପର ସେମିକୁ ଯାଇପାରିଲାନି ପାକ୍ । ଯାହାକୁ ନେଇ ଦଳକୁ ସମାଲୋଚନା । ଏପରିକି କ୍ରିକେଟରଙ୍କ ମ୍ୟାଚ୍ ଫି କଟିବା ନେଇ ଆସିଲା ଖବର । ଖାଲି ଏତିକି ନୁହେଁ ଦଳର ପ୍ରଦର୍ଶନକୁ ଟାର୍ଗେଟ୍ କଲେଣି ପୂର୍ବତନ କ୍ରିକେଟର ।

ପାକିସ୍ତାନର ପୂର୍ବତନ ଖେଳାଳି ରସିଦ ଲତିଫ୍ ପାକ୍ ନିକଟୁ ଟାର୍ଗେଟ୍ କରିଛନ୍ତି । ଦଳର ପ୍ରଦର୍ଶନକୁ ନେଇ ସେ ବର୍ଷିଛନ୍ତି । ଏହାସହ ନିଜ ଦେଶର ବୋର୍ଡକୁ ମଧ୍ୟ ସମାଲୋଚନା କରିଛନ୍ତି । ପାକିସ୍ତାନ୨୦୨୨ପରଠୁ କୌଣସି ଆଇସିସି ଇଭେଣ୍ଟରେ ସଫଳତା ପାଇନି । କିନ୍ତୁ ଅନ୍ୟ ଦିଗରେ ଭାରତ୨୦୨୪ଟି୨୦ବିଶ୍ୱକପ୍, ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ଏବଂ୨୦୨୬ଟି୨୦ବିଶ୍ୱକପ୍ ଜିତିଛି ।
ଉଭୟ ଦଳକୁ ତୁଳନା କରି ଲତିଫ୍ କହିଛନ୍ତି ଯେ. ପାକିସ୍ତାନର ଡିଏନଏରେ ପରାଜୟ ରହିଛି । ଭାରତୀୟ ଦଳ ଆଇସିସି ଟ୍ରଫିରେ ବିଜୟୀ ହେବା ଅଭ୍ୟାସ କରିସାରିଲାଣି । ଭାରତୀୟ ଦଳ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରୁଛି । ପାକିସ୍ତାନ ବିପକ୍ଷରେ ହେଉ ବା ଫାଇନାଲରେ, ଭାରତ ଟସ୍ ହାରି୨୦୦-୨୫୦ରନ୍ କରିପାରିଥିଲା । ଅନ୍ୟ କୌଣସି ଦଳ ଭାରତ ପାଖାପାଖି ନାହାଁନ୍ତି ।
ସେ ଆହୁରି କହିଛନ୍ତି ଯେ,ଭାରତର ଡିଏନଏରେ ଟ୍ରଫି ଜିତିବା ରହିଛି । କିନ୍ତୁ ପାକିସ୍ତାନର ଟ୍ରଫି ହାରିବା ହି ରହିଛି । ସେମାନଙ୍କ ଡିଏନଏ ଫାଇନାଲ୍ ଖେଳିବା ସହ ବିଜୟୀ ମଧ୍ୟ ହେଉଛି । ଏହା ପଛରେ ପିସିବିର ବହୁତ ବଡ ହାତ ରହିଛି । ପିସିବି ଠିକ୍ ଭାବେ ଖେଳାଳିଙ୍କୁ ମ୍ୟାନେଜ୍ କରିପାରୁନି । କଣ୍ଟ୍ରାକ୍ଟ ସାଇନ୍ କରିବା ବେଳେ ପୁରସ୍କାର ସମେତଫାଇନ୍ବାବଦରେ ଉଲ୍ଲେଖ ରହିବା କଥା । କିନ୍ତୁ ପିସିବିର ପରିଚାଳନାରେ ତ୍ରୁଟି ରହୁଥିବା ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ପାକିସ୍ତାନ ଦଳରେ ବାରମ୍ବାର ପରିବର୍ତ୍ତନ କରୁଛି । ଅଧିନାୟକ ପରିବର୍ତ୍ତନ କରୁଛି । ନୂଆ କୌଶଳ ଆପଣାଉଛି । ହେଲେ ଦଳ ବାରମ୍ବାର ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳ ହେଉଛି । ଭାରତ ବିପକ୍ଷରେ ସେମାନେ ପ୍ରତି ମ୍ୟାଚରେ ଆତ୍ମସମର୍ପଣ କରୁଛନ୍ତି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK








Click it and Unblock the Notifications