ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
ଦ୍ୱିତୀୟ ଟି-୨୦ ମୁକାବିଲାରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ କରିଥିଲା । ଜବାବରେ ଇଶାନ କିଶନ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ୍ ଯୋଗୁଁ ଭାରତ ୨୮ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଛି । ଭାରତ ୧୫.୨ ଓଭରରେ ୩ ୱିକେଟରେ ୨୦୯ ରନ୍ କରି ମ୍ୟାଚ୍ ଜିତିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି ।

୨୦୯ ରନର ଟାର୍ଗେଟ ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସାମନା କରିଥିଲା । ପ୍ରଥମ ୭ ବଲ୍ ମଧ୍ୟରେ ଉଭୟ ଓପନରଙ୍କୁ ହରାଇଥିଲା । ସଞ୍ଜୁ ସାମସନ ୫ ବଲରେ ୬ ରନ୍ କରିଥିଲେ, ଅଭିଷେକ ଶର୍ମା ଖାତା ଖୋଲିପାରି ନଥିଲେ । ଏହାପରେ ଇଶାନ କିଶାନ ୧୧ ଚୌକା ଏବଂ ୪ ଛକା ସହ ୩୨ ବଲରେ ୭୬ ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ଅପରାଜିତ ୮୨ ରନ୍ କରିଥିଲେ । ଶିବମ୍ ଦୁବେ ୧୮ ବଲରେ ୩୬ ରନର ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ, ଡଫି ଏବଂ ସୋଢି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ମିଚେଲ ସାଣ୍ଟନର ସର୍ବାଧିକ ରନ କରିଥିଲେ । କନୱେ ୧୯, ସେଫର୍ଟ ୨୪, ଫିଲିପ୍ସ ୧୯, ଡାରିଲ ମିଚେଲ ୧୮ ରନ ଆଉଟ୍ ହୋଇଥିଲେ । ରଚିନ ରବିନ୍ଦ୍ର ୨୬ ବଲରେ ୪୪ ରନ କରିଥିଲେ । ଅଧିନାୟକ ମିଚେଲ ସାଣ୍ଟନର ୪୬ ରନ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ଦୁଇଟି ୱିକେଟ ନେଇଥିଲେ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications