Get Updates
Get notified of breaking news, exclusive insights, and must-see stories!

ଆଜି ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡର T20ର ପ୍ରଥମ ମ୍ୟାଚ୍

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟ୍ୱେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ସଂଧ୍ୟା ୭ଟା ସମୟରେ ଆରମ୍ଭ ହେବ । ଆଉ ପ୍ରାୟ ଦୁଇ ସପ୍ତାହ ପରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

f India-New Zealand T20

ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ୱକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବ । ସେହିପରି ବିଶ୍ୱକପ୍ ଉପମହାଦେଶରେ ଅନୁଷ୍ଠିତ ହେଉଥିବାରୁ ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କ ପାଇଁ ବି ଏହା ବେଶ ଉପଯୋଗୀ ହୋଇପାରିବ । ତେବେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ବିଗତ କିଛି ମାସ ଧରି ଭଲ ଫର୍ମରେ ନଥିଲେ ବି ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟ୍ୱେଣ୍ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିଚାଲିଛି ।

୨୦୨୪ରେ ସୂର୍ଯ୍ୟକୁମାର ଭାରତୀୟ ଟ୍ୱେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେବା ପରଠାରୁ ଏହି ଫର୍ମାଟରେ ଭାରତର ବିଜୟ ହାର ୭୨ ପ୍ରତିଶତ ରହିଛି, ଯାହାକୁ ସନ୍ତୋଷଜନକ ବୋଲି କୁହାଯାଇପାରିବ । ଭାରତୀୟ ଦଳ କ୍ରିକେଟର ଅନ୍ୟ ଦୁଇଟି ଫର୍ମାଟ ଲାଗି ଏକ ପରିବର୍ତ୍ତନର ସମୟ ଦେଇ ଗତିକରୁଥିବାବେଳେ ଟ୍ୱେଣ୍ଟି-୨୦ ଦଳ ଗତ ଦୁଇ ବର୍ଷ ହେଲା ସ୍ଥିର ପ୍ରଦର୍ଶନ କରିଚାଲିଛି ।

ଏଣୁ ବର୍ତ୍ତମାନର ଚାମ୍ପିୟନ ଭାରତ ନିଜର ଟାଇଟେଲକୁ ବଜାୟ ରଖିବାକୁ ଉଦ୍ୟମ କରିବ । ଏଣୁ ନିଜର ବିଶ୍ୱକପ ପ୍ରସ୍ତୁତିକୁ ପରଖିବାକୁ ଏହି ଶୃଙ୍ଖଳା ଭାରତୀୟ ଦଳ ପାଇଁ ଶେଷ ସୂଯୋଗ ହେବ । କିନ୍ତୁ ଭାରତୀୟ ଦଳର ଭଲ ପ୍ରଦର୍ଶନ ପାଇଁ ସୂର୍ଯ୍ୟକୁମାର ଫର୍ମକୁ ଫେରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ଭାରତରେ ଐତିହାସିକ ଦିନିକିଆ ଶୃଙ୍ଖଳା ଜିତିବା ପରେ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ ରହିଛି । ବିଶ୍ୱକପ ପୂର୍ବରୁ ନିଜର ବିଜୟଧାରାକୁ ଟ୍ୱେଣ୍ଟି-୨୦ରେ ବି ବଜାୟ ରଖିବାକୁ ଉଦ୍ୟମ କରିବ ନ୍ୟୁଜିଲାଣ୍ଡ ଦଳ ।

ତିନି ନମ୍ବରରେ ଖେଳିପାରନ୍ତି ଇଶାନ

ମ୍ୟାଚର ଦିନକ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ଇଶାନ କିଷନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଇଶାନଙ୍କୁ ଟ୍ୱେଣ୍ଟି-୨୦ ବିଶ୍ବକପ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ଦେବା ଉଚିତ ହେବ ବୋଲି ସେ କହିଛନ୍ତି । ସେହିପରି ଆହତ ତିଳକ ବର୍ମାଙ୍କ ସ୍ଥାନରେ ଦଳକୁ ଫେରିଥିବା ଶ୍ରେୟସ ଆୟର ୫ମ ସ୍ଥାନରେ ଖେଳିବେ । ନିଜେ ସୂର୍ଯ୍ୟକୁମାର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଂଜୁ ସାମସନ (ଓ୍ବିକେଟ ରକ୍ଷକ), ଇଶାନ କିଷନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, କୁଳଦୀପ ଯାଦବ,ଯସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତି, ରିଙ୍କୁ ସିଂ, ଅର୍ଶଦୀପ ସିଂ, ରବି ବିଷ୍ଣୋଇ ଓ ହର୍ଷିତ ରାଣା।

ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର( ଅଧିନାୟକ), ଦେବନ କନଓ୍ବେ(ଓ୍ବିକେଟ ରକ୍ଷକ), ବେଭନ ଜାକବ୍ସ, ଜାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟିମ ରବିନସନ, ଜିମି ନିସାମ, ଇସ୍ ସୋଡି, ଜାକ୍ ଫୋକେସ, ମାର୍କ ଚାପମ୍ୟାନ, ମାଇକେଲ ବ୍ରେସଓ୍ବେଲ୍, ରାଚିନ ରବୀନ୍ଦ୍ର, କାଇଲ୍ ଜେମିସନ, ମାଟ୍ ହେନେରି, ଜାକବ୍ ଡଫି ଓ କ୍ରିଷ୍ଟିଆନ କ୍ଲାର୍କ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+