ଆଇପିଏଲ 2024କୁ ନେଇ ବଡ ଅପଡେଟ୍: ବିଦେଶରେ ଖେଳାଯିବ ଆଇପିଏଲର ଆଗାମୀ ସଂସ୍କରଣ, ଜାଣନ୍ତ, କାରଣ କଣ ?

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା ସବୁଠାରୁ ଲୋକପ୍ରିୟ ଟି-20 ଲିଗ୍ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ବିସିସିଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପରବର୍ତ୍ତୀ ସିଜନ୍ ଭାରତ ବାହାରେ କରାଯାଇ ପାରେ ।

ବିଶେଷ କାରଣ ହେତୁ ଯଦି ଏହି ଖବରକୁ ବିଶ୍ୱାସ କରାଯାଇ ପାରିବ । ବିଦେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏକ ଚୁକ୍ତି ହୋଇ ସାରିଥିବା ସୂଚନା ରହିଛି । ତେବେ ଏହି ଖବରଟି ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଏକ ବଡ଼ ଝଟକା ଦେଇଛି ।

IPL 2024

2024 ମସିହାରେ ଖେଳାଯିବାକୁ ଥିବା ଆଇସିସି ଟି-20 ବିଶ୍ୱକପ ଜୁନ୍ 4 ରୁ ଅନୁଷ୍ଠିତ ହେବ । ସୂଚନା ଅନୁଯାୟୀ, ମାର୍ଚ୍ଚ 22 ରୁ ମେ 19 ମଧ୍ୟରେ ଆସନ୍ତା ବର୍ଷର ଆଇପିଏଲ୍ ଖେଳ ଯିବାକୁ ଯୋଜନା ରହିଛି । ମେ ମାସରେ ଏହା କରିବାରେ ବିସିସିଆଇ ପାଇଁ ଅସୁବିଧା ହୋଇପାରେ । ଏହି ମାସରେ ସାଧାରଣ ନିର୍ବାଚନର ଅନେକ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା କଷ୍ଟସାଧ୍ୟ ହୋଇପାରେ ।

ବିସିସିଆଇ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି, ହଁ, ଆସନ୍ତା ବର୍ଷ ଆଇପିଏଲ୍ ଆୟୋଜନରେ ଆସିବାକୁ ଥିବା ଅସୁବିଧା ବିଷୟରେ ଆମେ ଅବଗତ । ଆମକୁ ଇଂଲଣ୍ଡ ବିପକ୍ଷରେ ଏକ ସିରିଜ୍ ଆୟୋଜନ କରିବାକୁ ପଡିବ ଏବଂ ଏହା ପରେ ସାଧାରଣ ନିର୍ବାଚନ ହେବ, ତେବେ ଜୁନ୍ ମାସରେ ବିଶ୍ୱକପ୍ ଅନୁଷ୍ଠିତ ହେବ । କିନ୍ତୁ ବର୍ତ୍ତମାନ କିଛି ଯୋଜନା କରିବାକୁ ବହୁତ ଶୀଘ୍ର । ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବା ଉପରେ ଆମର ଧ୍ୟାନ ଦିଆଯାଇଛି । ତେଣୁ ଆଇପିଏଲ ଉପରେ ନିଷ୍ପତ୍ତି କେବଳ ଡିସେମ୍ବର-ଜାନୁୟାରୀରେ ନିଆଯାଇ ପାରେ ।

ପୂର୍ବରୁ ନିର୍ବାଚନ କାରଣରୁ ଦୁଇଥର ଆଇପିଏଲ ଦେଶ ବାହାରେ ଆୟୋଜନ କରାଯାଇଥିଲା । 2009 ଲୋକସଭା ନିର୍ବାଚନ ସମୟରେ ଆଇପିଏଲ ଦକ୍ଷିଣ ଆଫ୍ରିକାରେ ଓ 2014 ଲୋକସଭା ନିର୍ବାଚନ ସମମୟରେ ୟୁଏଇରେ ଖେଳା ଯାଇଥିଲା । ତେଣୁ ଯଦି ଜରୁରୀ ହୁଏ ତେବେ ଆଇପିଏଲ 2024 ମଧ୍ୟ ବିଦେଶରେ ଖେଲାଯାଇପାରେ । ତେବେ ଭାରତରେ ଖେଳାଯିବା ନେଇ ବିସିସିଆଇ ପ୍ରାଥମିକତା ଦେବେ । ଏଥିପାଇଁ ଯଥେଷ୍ଟ ସମୟ ବାକି ଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+