Get Updates
Get notified of breaking news, exclusive insights, and must-see stories!

ଆଜି ଆସିବ ନୂଆପଡ଼ା ରେଜଲ୍ଟ; ସକାଳ ୮ଟାରୁ ଭୋଟ୍ ଗଣତି, କିଏ ମାରିବ ବାଜି ?

ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ । ଷ୍ଟ୍ରଙ୍ଗ ରୁମରେ ସିଲ୍‌ ହୋଇଥିବା ଇଭିଏମ୍‌ ଖୋଲାଯିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ଏବଂ ଭୋଟ୍‌ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି। ପ୍ରାଶସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।

ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲାଟ୍‌
ଆସନ୍ତାକାଲି ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ସକାଳ ୮ଟାରେ ଆରମ୍ଭ ହେବ। ୮ଟା ୩୦ରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥି ପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ। ଆଶା କରୁଛୁ ମତଦାନ ସୁରୁଖୁରୁରେ ହେବ।

Nuapada ELECTION results 2025

୮୩.୪୫ ପ୍ରତିଶତ ମତଦାନ
ଭୋଟ୍‌ ଗଣତି ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଥିଲେ, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍‌ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍‌ ୮୩.୪୫% ମତଦାନ ହୋଇଛି।

ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍‌
ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ହୋଇଥିଲା। ଏହା ସୂଚାରୁ ରୂପେ ସଂପର୍ଣ୍ଣ ହୋଇଥିଲା।ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ସୁରକ୍ଷା ଦେଇଥିଲେ। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନଥିଲା। ସୁରକ୍ଷା ବ୍ୟବସ୍ଥା ଭଲ କରାଯାଇଥିଲା। ଆସନ୍ତା ୧୪ ତାରିଖରେ ମତ ଗଣତି ହେବ। ସମସ୍ତ ପୋଲ ଇଭିଏମ ସିଲ ହୋଇ ଷ୍ଟ୍ରଙ୍ଗରୁମ୍‌ରେ ରହିଛି। ଏହାକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଭିଏମ୍‌କୁ ଲାଗିଥିବା ସୁରକ୍ଷା ବ୍ୟବସ୍ଥା ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ୍‌) ତତ୍ବାବଧାନରେ ଅଛି ।

ଜନସାଧାରଣଙ୍କ ପାଇଁ ମଧ୍ୟ ଡ଼ାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ।

୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ବିଜୟୀ ହୋଇଥିବା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଗତ ୧୧ତାରିଖରେ ଏଠାରେ ଉପନିର୍ବାଚନ ହୋଇଛି। ଏଥିରେ ୩ ପ୍ରମୁଖ ଦଳ ସହ ମୋଟ ୧୪ ଜଣ ପ୍ରାର୍ଥୀ ହୋଇଛନ୍ତି। ଶୁକ୍ରବାର ଫଳାଫଳ ଘୋଷଣା ପରେ ନୂଆ ଚେହେରା କିଏ ତାହା ସ୍ପଷ୍ଟ ହେବ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ସମୁଦାୟ ୩୫୮ ବୁଥରେ ମତଦାନ ହୋଇଥିବା ବେଳେ ୨୬ ରାଉଣ୍ଡରେ ଭୋଟ ଗଣତି ହେବ ବୋଲି ନୂଆପଡ଼ା ଜିଲାପାଳ ପ୍ରକାଶ କରିଛନ୍ତି।

ନୂଆପଡ଼ା ଉପନିର୍ବାଚନ ଭୋଟର:

ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର: 2 ଲକ୍ଷ 54 ହଜାର 497
ପୁରୁଷ ଭୋଟର: 1 ଲକ୍ଷ 24 ହଜାର 544
ମହିଳା ଭୋଟର: 1 ଲକ୍ଷ 29 ହଜାର 932
ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା: 21
ନୂଆପଡ଼ା ଉପନିର୍ବାଚନ କେତେ ଭୋଟ ପଡ଼ିଛି ?

ଉପନିର୍ବାଚନରେ ଭୋଟ ଦେଇଛନ୍ତି: 2 ଲକ୍ଷ 12 ହଜାର 385
ମହିଳା ଭୋଟ ଦେଇଛନ୍ତି: 1 ଲକ୍ଷ 8 ହଜାର 563
ପୁରୁଷ ଭୋଟ ଦେଇଛନ୍ତି: 1 ଲକ୍ଷ 3 ହଜାର 817
ସମୁଦାୟ ଭୋଟ ପ୍ରତିଶତ: 83.45%

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+